Latest Odisha News

BREAKING NEWS

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଚାନ୍ଦବାଲି : ମାନସ ସ୍ୱାଇଁ ହତ୍ୟା କାଣ୍ଡ ମାମଲା । ହତ୍ୟା ପଛରେ କାରଣ କଣ ସେନେଇ ସସପେନ୍ସ ଜାରି ରହିଛି । କ୍ରାଇମବ୍ରାଞ୍ଚ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ । ୩ ଦିନ ରିମାଣ୍ଡ ଦେଇଛନ୍ତି କୋର୍ଟ । ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଝୁନା,ରଞ୍ଜନ ,ନିରଞ୍ଜନ ଙ୍କୁ ଆଜି କ୍ରାଇମବ୍ରାଞ୍ଚ ଭଦ୍ରକ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିଛି ।

ହତ୍ୟା କାଣ୍ଡରୁ ପ୍ରକୃତ କାରଣ ସାମ୍ନାକୁ ଆସିପାରୁନଥିବା ବେଳେ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ରିମାଣ୍ଡ ଅବଧି ବୃଦ୍ଧି କରିଥିଲା ।ତେବେ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଥିବା ବେଳେ ରଞ୍ଜନ ଓ ନିରଞ୍ଜନ ଭଦ୍ରକ ବିଚାର ବିଭାଗୀୟ ହାଜତରେ ରହିବେ ବୋଲି ଜଣାପଡିଛି । ଏନେଇ ଅଧିକ ଖୋଳତାଜ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍ ।

Leave A Reply

Your email address will not be published.