Latest Odisha News

BREAKING NEWS

ଆଇସିସି ମହିଳା ବିଶ୍ୱକପ: ୭ମ ଥର ପାଇଁ ଅଷ୍ଟ୍ରେଲିଆକୁ ଟାଇଟଲ

ସିଡନୀ: ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା ହୀଲେ ୧୩୮ ବଲରେ ୧୭୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ୫୦ ଓଭରରେ ୫ ୱିକେଟ ବିନିମୟରେ ୩୫୬ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଇଂଲଣ୍ଡ ୨୮୫ ରନ କରିବାକୁ ସକ୍ଷମ ହୋଇଥିଲା । ନତାଲି ସିୱର ୧୪୮ ରନ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜେସ ଜୋନାଶନ ୩ଟି ୱିକେଟ ନେଇଥିଲେ ।

ମହିଳା ବିଶ୍ୱକପ ଫାଇନାଲରେ ହୀଲେ ସବୁଠାରୁ ବଡ ଇନିଂସ ଖେଳିଥିଲେ । ଓଭରାଲ ଖେଳା ଯାଇଥିବା ୧୨ ବିଶ୍ୱକପରୁ ଅଷ୍ଟ୍ରେଲିଆ ୧୯୭୮, ୧୯୮୨, ୧୯୮୮, ୧୯୯୭, ୨୦୦୫, ୨୦୧୩ ଓ ୨୦୨୨ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଇଂଲଣ୍ଡ ୪ଥର ଓ ନ୍ୟୁଜିଲାଣ୍ଡ ଥରେ ବିଜୟୀ ହୋଇଛି । ଭାରତ ୨ ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାତେଇ ପାରି ନାହିଁ ।

Leave A Reply

Your email address will not be published.