ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ଦିନକ ପରେ ସପ୍ତମ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆଜି ଅପରାହ୍ନ ୫ଟା ସରିବ ପ୍ରଚାର। ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମୋଟ ୧୦ ରାଜ୍ୟର ୯୬ ଆସନରେ ଭୋଟ ଗ୍ରହଣ ହେବ।
ଦିନକ ପରେ ହେବ ମତଦାନ । ଏଥିରେ ଓଡ଼ିଶାର ୪ ଲୋକସଭା ଆସନ ସହ ୨୮ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଓଡ଼ିଶାର ହେବାକୁ ଥିବା ଲୋକସଭା ଆସନ ମଧ୍ୟରେ ରହିଛି ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ୪ ଲୋକସଭା ଆସନ ଅନ୍ତର୍ଗତ ୨୮ ବିଧାନସଭାରେ ଭୋଟଗ୍ରହଣ ହେବ। ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, କୋରାପୁଟ, ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗୀ ଆସନରେ ଭୋଟଗ୍ରହଣ ହେବ।
ଏହି ପର୍ଯ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ଜାମ୍ମୁ କାଶ୍ମୀର ଗୋଟିଏ ଆସନ ରହିଛି। ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏ ଆସନରେ ହେବ ମତଦାନ। ଆସନ୍ତା ୧୩ ତାରିଖରେ ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ଭୋଟ ଅନୁଷ୍ଠିତ ହେବ।
Comments are closed.