Latest Odisha News

BREAKING NEWS

ଖରାରୁ ଆସି କୋଲଡ୍ରିଙ୍କସ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଖରାଦିନ ଆସିଲେ କୋଲଡ୍ରିଙ୍କସର ଚାହିଦା ବଢ଼େ । ଖରାରୁ ଆସି କୋଲଡ୍ରିଙ୍କସ୍ ପିଇ ଶାନ୍ତିର ନିଶ୍ୱାସ ମାରନ୍ତି ଅନେକ ଲୋକ । ଯଦିଓ ଏହି ଥଣ୍ଡା ପାନୀୟ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଏହା ଆପଣଙ୍କ ମେଟାବୋଲିଜିମ୍ କୁ ବିଚଳିତ କରେ ଏବଂ ଇନସୁଲିନ୍ ସମସ୍ୟାକୁ ମଧ୍ୟ ବଢ଼ାଇଥାଏ । ଏହା ବ୍ୟତୀତ ଏହା ମଧୁମେହର କାରଣ ମଧ୍ୟ ସାଜିପାରେ ।

କୋଲ୍ଡ ଡ୍ରିଙ୍କସରେ ସୁକ୍ରୋଜ୍ ନାମକ ଉପାଦାନ ଥାଏ, ଯେଉଁଥିରୁ ଫ୍ରୁଟକୋଜ୍ ସୃଷ୍ଟି ହୁଏ | ଫ୍ରୁକଟୋଜରୁ ଆମେ କ୍ୟାଲୋରୀ ପାଇଥାଉ କିନ୍ତୁ ଥଣ୍ଡା ପାନୀୟରେ ବହୁତ ଚିନି ରହିଥାଏ, ଯାହା ଓଜନ ବଢ଼ାଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶର୍କରା ପାନୀୟର ସବୁଦିନ ବ୍ୟବହାର ଫଳରେ ମେଦବହୁଳତାର ଆଶଙ୍କା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ। କୋଲ୍ଡ ଡ୍ରିଙ୍କସରେ ଗ୍ଲୁକୋଜ ଏବଂ ଫ୍ରୁକଟୋଜ ବହୁତ ମାତ୍ରାରେ ଥାଏ । ଏହି ପାନୀୟରେ ଚିନି ଅଧିକ ଥିବାରୁ ଏହାକୁ ହଜମ କରିବା ପାଇଁ ଯକୃତକୁ ବହୁତ ସଂଘର୍ଷ କରିବାକୁ ପଡ଼େ ।

ଥଣ୍ଡା ପାନୀୟର ବହୁଳ ବ୍ୟବହାର ହେତୁ ପେଟରେ ଚର୍ବି ଜମା ହୋଇଯାଏ ଏବଂ ପେଟର ଚର୍ବି ବଢ଼ିବାକୁ ଲାଗେ । ଯାହା ମଧୁମେହ ଏବଂ ହୃଦରୋଗର କାରଣ ହୋଇପାରେ । ଶରୀରରେ ଚିନିର ପରିମାଣର ଦ୍ରୁତ ଗତିରେ ବୃଦ୍ଧି ହେତୁ ଇନସୁଲିନର ସନ୍ତୁଳନ ବିଗିଡିବାକୁ ଲାଗେ, ପରବର୍ତ୍ତି ସମୟରେ ଏହା ଶରୀରପାଇଁ ସାଂଘାତିକ ମଧ୍ୟ ହୋଇପାରେ । କୋଲ୍ଡ ଡ୍ରିଙ୍କସ ଏବଂ ମୃଦୁ ପାନୀୟରେ ପ୍ରଚୁର ପରିମାଣରେ ଚିନି ଥାଏ, ଯାହା ଟାଇପ୍ -୨ ଡାଇବେଟିସ୍ ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ ।

 

 

Leave A Reply

Your email address will not be published.