ରାଂଚୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ରାଂଚୀରେ ଶୁକ୍ରବାରଠାରୁ ଆରମ୍ଭ ହେବ । ୨-୧ରେ ଅଗ୍ରଣୀ ଥିବା ଟିମ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ତେବେ ଏହି ମ୍ୟାଚରେ ଇଂଲଣ୍ଡକୁ ଅଧିନାୟକ ରୋହିତ ଶର୍ମା ରୋକିବା ପାଇଁ ଏକ ଯଶସ୍ୱୀ ଜୈସୱାଲଙ୍କୁ ବ୍ୟାଟିଂରେ ନୁହେଁ ବୋଲିଂରେ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯାଉଛନ୍ତି । ଯଶସ୍ୱୀ ଭଲ ଲେଗ ସ୍ପିନ ବୋଲିଂ କରିପାରନ୍ତି । ଇଂଲଣ୍ଡର ଅଧିକାଂଶ ଖେଳାଳି ଏ ବିଷୟରେ ଭଲ ଭାବେ ଜାଣି ନାହାନ୍ତି । ପିଚ ସ୍ପିନରଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି ।
ଯଶସ୍ୱୀଙ୍କୁ ମଧ୍ୟ ରୋହିତ ପ୍ରସ୍ତୁତ ରହିବା ପାଇଁ କହି ସାରିଛନ୍ତି । ପ୍ରଥମଶ୍ରେଣୀ କ୍ରିକେଟରେ ସେ ୩.୫ ଇକୋନୋମୀ ରେଟରେ ବୋଲିଂ କରି ଆସିଛନ୍ତି । ୧୩ ଇନିଂସରେ ସେ ୭ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ଭାରତର ବୋଲିଂ ଲାଇନ ଅନ ଅପେକ୍ଷାକୃତ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି । ଏଥିପାଇଁ ରୋହିତ ଉପରୋକ୍ତ ରଣନୀତି ଆପଣାଇବେ । କେଏଲ ରାହୁଲ ଦଳକୁ ଫେରୁଥିବାରୁ ବ୍ୟାଟିଂ ସମସ୍ୟା ଏତେଟା ରହିବ ନାହିଁ ।
ବୁମରାହଙ୍କ ସ୍ଥାନରେ ଆକାଶଦୀପ ଓ ମୁକେଶ କୁମାରଙ୍କ ମଧ୍ୟରୁ କିଏ cଚୂଡାନ୍ତ ଏକାଦଶରେ ସ୍ଥାନ ପାଇବ ତାହା ସ୍ପଷ୍ଟ ହୋଇ ପାରିନି । ରାଂଚୀରେ ବଡ ସ୍କୋର ହେବା ଏକପ୍ରକାର ନିଶ୍ଚିତ । ଏଠାରେ ଭାରତର ଟ୍ରାକ ରେକର୍ଡ ଭଲ ଥିବାରୁ ଇଂଲଣ୍ଡ ସିରିଜ ହାତଛଡା କରିବା ସମ୍ଭାବନା ଅଧିକ ରହିଛି ବୋଲି ସମୀକ୍ଷକମାନେ ଆଶା ପୋଷଣ କରିଛନ୍ତି ।
Comments are closed.