Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ପୁରସ୍କାର ରାଶି: ଚାମ୍ପିୟନ ଟିମକୁ ମିଳିବ ୧୩ କୋଟି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ଇଭେଂଟର ଚାମ୍ପିୟନ ଦଳକୁ ଏଥର ୧୩ କୋଟି ଏବଂ ରନର୍ସଅପ ଦଳକୁ ୬.୫କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ମିଳିବ । ସେହିପରି ସେମିଫାଇନାଲରେ ହାରିଥିବା ଟିମକୁ ୩.୨୬ କୋଟି ପୁରସ୍କାର ରାଶି ପ୍ରଦାନ କରାଯିବ । ସୁପର ୧୨ରେ ବିଜୟ ହାସଲ କରିଥିବା ଟିମକୁ ୩୨ ଲକ୍ଷ ଓ ପରାଜିତ ଟିମକୁ ୫୭ ଲକ୍ଷ ମିଳିବ । ପ୍ରଥମ ରାଉଣ୍ଡରେ ଜିତିଥିବା ଓ ହାରିଥିବା ଟିମକୁ ୩୨ ଲକ୍ଷ ଟଙ୍କା ମିଳିବ ।

ଟି୨୦ ବିଶ୍ୱକପର ସୁପର ୧୨ ଷ୍ଟେଜ ପାଇଁ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ନିଶ୍ଚିତ ହୋଇଛନ୍ତି । ନାମ୍ବିଆ, ଶ୍ରୀଲଙ୍କା, ନେଦରଲାଣ୍ଡ,ୟୁଏଇ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଓ ଜିମ୍ବାୱେ ମଧ୍ୟରୁ ୪ଟି ଟିମ ସୁପର ୧୨ରେ ପ୍ରବେଶ କରିବେ ।

Leave A Reply

Your email address will not be published.