Latest Odisha News

BREAKING NEWS

ଶାରୀରିକ କାର୍ଯ୍ୟକଳାପ ବଢାଇଥାଏ ହୃଦ୍‌ଘାତ ଆଶଙ୍କା?

ସିଓଲ୍: ରିପୋର୍ଟ ଅନୁଯାୟୀ ବ୍ୟାୟାମର ଅନେକ ସ୍ୱାସ୍ଥ୍ୟ ଉପକାରିତା ଥିବାବେଳେ, ଶାରୀରିକ କାର୍ଯ୍ୟକଳାପ ବେଳେ ବେଳେ  ବିପରୀତ ପ୍ରଭାବ ମଧ୍ୟ ପକାଇପାରେ। ଯାହାର ପରିମାଣ ହୃଦ୍ ରୋଗର ସମ୍ଭାବ୍ୟ ବିପଦକୁ ଆଣିପାରେ।

ଅଧ୍ୟୟନ ଅନୁଯାୟୀ ନିୟମିତ ବ୍ୟାୟାମ ଫଳରେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ଉପଶମ ମିଳିଥାଏ। ନିୟମିତ ବ୍ୟାୟାମ ଦ୍ବାରା ମେଦବହୁଳତା, ମଧୁମେହ, ହୃଦଘାତ / ଷ୍ଟ୍ରୋକ୍ ଭଳି ବିପଜ୍ଜନକ ରୋଗଠୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

ଶାରୀରିକ କାର୍ଯ୍ୟକଳାପ ବେଳେ ବେଳେ କରୋନାରୀ ଆଥେରୋସ୍କ୍ଲେରୋସିସ୍ (ଧମନୀ ସଂକୀର୍ଣ୍ଣତା) ବଢାଇପାରେ ଏବଂ ଶାରୀରିକ ପ୍ରତିକ୍ରିୟା ଦ୍ବାରା ରକ୍ତଚାପ ଏବଂ ପାରାଥାଇରଏଡ୍ ହରମୋନ୍ ବୃଦ୍ଧି ହୋଇପାରେ ବୋଲି ସିଓଲର ସୁଙ୍ଗକିଙ୍କୱାନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ରେ ଏକ ଆନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ କହିଛନ୍ତି।

ଆଜିକାଲି କର୍କଟ, ହୃଦଘାତ ଏବଂ ମଧୁମେହ ଭଳି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହି ସବୁ ରୋଗର ସବୁଠାରୁ ବଡ କାରଣ ହେଉଛି ଆମର ବ୍ୟତିକ୍ରମ ଜୀବନଶୈଳୀ। ପୂର୍ବରୁ ଯେଉଁ ରୋଗଗୁଡିକ କେବଳ ବୃଦ୍ଧାବସ୍ଥାରେ ହେଉଥିଲା ତାହା ଏବେ ଖୁବ୍‌ କମ୍‌ ବୟସରୁ ଗ୍ରାସ କରୁଛି। ଯାହା ଫଳରେ ଅକାଳ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ଗୋଟିଏ ହେଉଛି ହୃଦଘାତ। ସାଧାରଣତଃ ଯୁବକମାନଙ୍କ ମଧ୍ୟରେ ହୃଦଘାତର ଆଶଙ୍କା ଦ୍ରୁତ ଗତିରେ ବଢୁଛି। ସୁସ୍ଥ ଦେଖାଯାଉଥିବା ଯୁବକମାନେ ମଧ୍ୟ ହଠାତ୍ ହୃଦଘାତର ଶୀକାର ହେଉଛନ୍ତି।

Leave A Reply

Your email address will not be published.