Latest Odisha News

BREAKING NEWS

୨୭ରୁ ଭାରତରୁ କାନାଡାକୁ ବିମାନ ଉଡ଼ାଣ ଆରମ୍ଭ

ଓଟାୱା: ଭାରତରୁ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଏକ ମାସ ଧରି ଲାଗିଥିବା ପ୍ରତିବନ୍ଧକକୁ ହଟାଇଲା କାନାଡା। କରୋନା ନିୟମାବଳୀକୁ ଦୃଷ୍ଟିରେ ରଖି ଏହି ନିଷେଧାଦେଶ ଲାଗୁ କରାଯାଇଥିଲା।

କାନାଡା ସରକାର କହିଛନ୍ତି ଯେ, “ସେପ୍ଟେମ୍ବର ୨୭, ୨୦୨୧ରୁ ଭାରତରୁ କାନାଡାକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ଏହାପୂର୍ବରୁ ମଙ୍ଗଳବାର ଦିନ କାନାଡା ଭାରତରୁ ସମସ୍ତ ପ୍ରତ୍ୟକ୍ଷ ବାଣିଜ୍ୟିକ ଏବଂ ବେସରକାରୀ ଯାତ୍ରୀବାହୀ ବିମାନ ଉପରେ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକକୁ ବୃଦ୍ଧି କରିଥିଲା।

ଅବଶ୍ୟ, ଏହି ନିଷେଧାଦେଶର ଅବଧି ସମାପ୍ତ ହେବା ସହିତ ଭାରତରୁ ଯାତ୍ରୀମାନେ ବର୍ତ୍ତମାନ କିଛି ସତର୍କତାମୂଳକ ପଦକ୍ଷେପ ନେଇ କାନାଡା ଯାତ୍ରା କରିପାରିବେ। ତେବେ କାନାଡା ଯାତ୍ରା କରିବା ପାଇଁ ହେଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଜରୁରୀ ବିବୃତ୍ତିରେ ଦର୍ଶାଯାଇଛି।

Leave A Reply

Your email address will not be published.