Latest Odisha News

BREAKING NEWS

ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ

ଅନୁଗୁଳ: ଟଙ୍କା ନଫେରାଇବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ହଣାକଟା । ସ୍ୱାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ କରିଥିବା ଅଭିଯୋଗ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଏହି ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସ୍ଵାମୀ ଅରୁଣ ମିଶ୍ର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ।

ଅଭିଯୋଗ ଅନୁସାରେ, ଅରୁଣ ଘର ଖରଛା ପାଇଁ ସ୍ତ୍ରୀଠାରୁ ହଜାରେ ଟଙ୍କା ନେଇଥିଲେ । ଗତକାଲି ସକାଳେ ସ୍ଵାମୀକୁ ସେହି ଟଙ୍କା ଫେରାଇବାକୁ କହିଥିଲେ ସ୍ତ୍ରୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏକ ଟାଙ୍ଗିଆରେ ସ୍ୱାମୀଙ୍କ ଉପରେ ଆକ୍ରମଣ କରିଥିଲେ ।

ଟାଙ୍ଗିଆ ଚୋଟ ଅରୁଣଙ୍କ ଅଣ୍ଟାରେ ବାଜିଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆକ୍ରମଣ ପରେ ସ୍ତ୍ରୀ ଘରୁ କେଉଁଆଡେ ପଳାଇ ଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.