Latest Odisha News

BREAKING NEWS

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ

କେନ୍ଦୁଝର: ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅରିନ୍ଦମଙ୍କ ପତ୍ନୀ ସମୀକ୍ଷାଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ଆଜି ତାଙ୍କ ଘରକୁ ଯାଇ ଅର୍ଥ ରାଶି ଚେକ୍ ପ୍ରଦାନ କରିଛନ୍ତି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୁକ୍ରବାର ମୁଣ୍ଡୁଳିରେ ବୋଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ମାତ୍ର ୩୯ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ମୁଣ୍ଡୁଳିରେ ମହାନଦୀରେ ଫସିଥିବା ହାତୀକୁ ଘଉଡ଼ାଇବା ପାଇଁ ଯାଇଥିବା ଓଡ୍ରାଫ୍ ଟିମ୍ ସହ ଯାଇଥିଲେ ଅରିନ୍ଦମ ।

ହାତୀକୁ ଘଉଡ଼ାଇବା ବେଳେ ବୋଟ୍ ଓଲଟି ପଡ଼ିଥିଲା । ପାଣି ସୁଅରେ ଖସି ପଡ଼ିଥିଲେ ସମସ୍ତେ । ଏଥିରେ ଅରିନ୍ଦମଙ୍କ ସମେତ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କର ମୃତ୍ୟୁ ହୋଇଥିଲା । ଅରିନ୍ଦମଙ୍କ ମୃତ୍ୟୁ ଓଡ଼ିଶା ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.