ନୂଆଦିଲ୍ଲୀ: କାନାଡା ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରକୁ ନେଇ ମୁହଁ ଖୋଲିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ କହିଛନ୍ତି ଯେ ଭାରତରେ ପ୍ରଦର୍ଶନ କରୁଥିବା କୃଷକମାନଙ୍କୁ କାନାଡା ସମର୍ଥନ କରେ। ଦ୍ୱିତୀୟ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ସେମାନଙ୍କ ଅଧିକାର ପାଇଁ ଶାନ୍ତି ପୂର୍ବ ପ୍ରଦର୍ଶନ କରୁଥିବା କୃଷକମାନଙ୍କୁ ସେ ସମର୍ଥନ କରୁଛନ୍ତି।
ଏହାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ସମାନ ବିବୃତ୍ତି ଦେଇଛନ୍ତି, ଭାରତର ବୈଦେଶିକ ମନ୍ତ୍ରଣାଳୟ ଟ୍ରୁଡୋଙ୍କ ବିବୃତ୍ତି ଉପରେ ତୀବ୍ର ଆପତ୍ତି ଉଠାଇଛି ଏବଂ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ବିବୃତ୍ତି ପାଇଁ କାନାଡାର ହାଇ କମିଶନର ନାଦିର ପଟେଲଙ୍କୁ ଭାରତ ଡକାଇଛି।।
ଉଲ୍ଲେଖ ଥାଉ କି ଗୁରୁ ନାନକ ଜୟନ୍ତୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ଶିଖ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଥିଲେ। ଶିଖ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ କାନାଡାରେ ରୁହନ୍ତି। ଏହି ସମୟରେ ଜଷ୍ଟିନ ଟ୍ରୁଡୋ କହିଥିଲେ ଯେ ଭାରତରୁ କୃଷକଙ୍କ ପ୍ରଦର୍ଶନକୁ ନେଇ ଆସୁଥିବା ଖବର ଚିନ୍ତାଜନକ।
Comments are closed.