Latest Odisha News

BREAKING NEWS

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ଚିକିତ୍ସା

ନୂଆଦିଲ୍ଲୀ: କମିଲା କ୍ୟାନସର ଔଷଧ ଉପରେ ଜିଏସଟି ପରିମାଣ । କ୍ୟାନସର ପାଇଁ ମିଳୁଥିବା କିଛି ଔଷଧ ଉପରେ ଜିଏସଟି ପରିମାଣ କମିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ୫୪ତମ ବୈଠକରେ କିଛି ଏପରି ନିଷ୍ପତ୍ତି ହୋଇଛି ।

ଏଣିକି କ୍ୟାନସର ରୋଗରୁ ଉପଶମ ଦେଉଥିବା କେତେକ ଔଷଧ ଉପରେ ଜିଏସଟିର ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏଥିସହିତ ନମକିନ୍ ଉପରେ ମଧ୍ୟ ଜିଏସଟି ୧୮ରୁ ୧୨ ପ୍ରତିଶତକୁ  କମିଛି । ଏଥିସହିତ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହ୍ରାସ ପସ୍ତାବ ଉପରେ ଆଜି କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ଏନେଇ ଆସନ୍ତା ନଭେମ୍ବରରେ ହେବାକୁ ଥିବା ବୈଠକରେ ଆଲୋଚନା ହେବ ବୋଲି କହିଛନ୍ତି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିପାଇଁ ଏକ ମନ୍ତ୍ରୀ ପରିଷଦ ଗଠନ କରାଯାଇଛି। ପରିଷଦର ଆସନ୍ତା ଅକ୍ଟୋବରରେ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Comments are closed.