ନୂଆଦିଲ୍ଲୀ: ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ । ଖବର କାଗଜ ଓ ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ ବୋଲି ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ।
ସେ କହିଛନ୍ତି,‘‘ ରାଜନୈତିକ ଦଳ ବି ଏନେଇ ବିସ୍ତୁତ ସୂଚନା ପ୍ରଦାନ କରିବେ । କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ୍ ଦେଲେ ବୋଲି କାରଣ ମଧ୍ୟ ଦର୍ଶାଇବେ।’’
ଦେଶରେ ମୋଟ ୯୭ କୋଟି ପଞ୍ଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ କରାଯାଉଛି । ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ପ୍ରସ୍ତୁତ ଅଛନ୍ତି । ଭୋଟ ଗ୍ରହଣ ପାଇଥଁ ୫୫ ଲକ୍ଷ ଇଭିଏମ୍ ପ୍ରସ୍ତୁତ ରହିଛି । ପ୍ରଥମ ଥର ପାଇଁ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଭୋଟ ଦେବେ । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି ରହିଛି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ ରହିଛି । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି । ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ଅଛନ୍ତି । ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସିଇସି ରାଜୀବ କୁମାର ଏହି ସୂଚନା ଦେଇଛନ୍ତି ।
Comments are closed.