Latest Odisha News

BREAKING NEWS

ଘରୋଇ ହସ୍ପିଟାଲ ପାଇଁ କଡ଼ା ନିୟମ; ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି

ଆସାମ:କୌଣସି ଘରୋଇ ହସ୍ପିଟାଲ କି ନର୍ସିଂ ହୋମ୍‍ ଆଉ କରିପାରିବେନି ମନମାନି । ବିଲ୍‌ ପେମେଣ୍ଟ ହେଉ ଅବା ନହେଉ ଏବେ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଆଜି ଆସାମ କ୍ୟାବିନେଟରେ ଏନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ଘୋଷଣା କରିଛନ୍ତି ଯେ, ବିଲ୍‍ ବାକି ଥିଲେ ବି କୌଣସି ଘରୋଇ ମେଡିକାଲ ରୋଗୀଙ୍କ ମୃତ୍ୟୁ ହେବା ପରେ ମୃତଦେହକୁ ୨ଘଣ୍ଟାରୁ ଅଧିକ ସମୟ ଅଟକାଇ ରଖିପାରିବେ ନାହିଁ ।

ଆସାମ ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହେଲେ ମୃତଦେହକୁ ହସ୍ପିଟାଲରେ ରଖି ବକେୟା ଟଙ୍କା ମାଗିବା ଅମାନବୀୟ ଆଚରଣ ବୋଲି କହିଛନ୍ତି । ଏଥିଲାଗି ମୃତ୍ୟୁ ପ୍ରମାଣ ପତ୍ର ଜାରି କରିବାର ଦୁଇ ଘଣ୍ଚା ଭିତରେ ହିଁ ମୃତଦେହ ହସ୍ତାନ୍ତର କରିବାକୁ କଡ଼ା ଚେତାବନୀ ଦେଇଛନ୍ତି । ଏହାସହ ଆସାମ ସରକାର ଏକ ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ଜାରି କରିଛନ୍ତି । ମୃତଦେହ ଯଦି ଜୋର ଜବରଦସ୍ତ ରଖାଯାଏ ତେବେ ଏହି ନମ୍ବରରେ ପରିବାର ଲୋକେ ଅଭିଯୋଗ ଜଣାଇପାରିବେ । ଏଥିରେ ଅଭିଯୋଗ ଆସିଲେ ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ୪ରୁ ୬ମାସ ନିଲମ୍ବନ କରାଯିବ । ଏଥିେସହ ୫ଲକ୍ଷ ଟଙ୍କା ଜରିମାନା ଆଦାୟ ହେବ ।

ସମାନ ଅପରାଧ ବାରମ୍ବାର କଲେ ହସ୍ପିଟାଲକୁ ବ୍ଲାକ ଲିଷ୍ଟେଡ୍ କରାଯିବ । ଆଉ ସବୁଦିନ ପାଇଁ ଲାଇସେନ୍ସ ରଦ୍ଦ ହେବ ।

 

Comments are closed.