Latest Odisha News

BREAKING NEWS

ସବୁଠୁ ଉତ୍ତପ୍ତ ସହର ରାଜଧାନୀ; ସାଢେ ୧୧ଟା ସୁଦ୍ଧା ୩୯ ଟପିଲା

ଭୁବନେଶ୍ୱର: ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ସାଢେ ୧୧ଟା ସୁଦ୍ଧା ୩୯ ଡିଗ୍ରୀ ଉପରେ ପାରଦ । ତଳେ ତାତିଲା ପିଚୁ । ଉପରେ ଆକାଶରୁ ନିଆଁ ବର୍ଷା । ଛଟପଟ ହୋଇ ଯାଉଛନ୍ତି ରାଜଧାନୀବାସୀ । 

ଆଜି ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯.୮ ଡିଗ୍ରୀ ତାପମାତ୍ରା ଥିଲା । ଆଜି ରାଜ୍ୟର ସର୍ବାଧିକ ତାତି ରାଜଧାନୀରେ ଅନୁଭୂତ ହୋଇଥିଲା । ସେହିପରି  ଝାରସୁଗୁଡାରେ ୩୯.୮ ଡ଼ିଗ୍ରୀ, ହୀରାକୁଦାରେ ୩୯.୨ଡ଼ିଗ୍ରୀ, ସମ୍ବଲପୁରରେ ୩୯ ଡ଼ିଗ୍ରୀ,  ଚାନ୍ଦବାଲିରେ୩୮ ଡ଼ିଗ୍ରୀ , ବାଲେଶ୍ୱରରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୫.୬ ଡ଼ିଗ୍ରୀ,  ପୁରୀରେ ୩୫.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୪ ଡ଼ିଗ୍ରୀ ଓ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରହିଛି । 

ଗତକାଲି ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଥିଲା । ଗତକାଲି ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ଥିଲା । ଏଠାରେ ଗତକାଲି ଦିନର ସର୍ବାଧିକ ତାତି ଏଠାରେ ୪୪ ଡିଗ୍ରୀ ଛୁଇଁଥିଲା ।

ଅନ୍ୟପକ୍ଷେ ଆରବ ସାଗରରେ   ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ଦେଖା ଦେଇଛି । ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ସକାଳେ ଅବପାତର ରୂପ ନେଇଛି  । କାଳକ୍ରମେ ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ବାତ୍ୟା ରୂପ ନେଇ ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି  । ତେବେ ଏହାକେଉଁଠି ସ୍ଥଳଭାଗ ଛୁଇଁବ,ଏଯାଏ ସ୍ପଷ୍ଟ ହୋଇନି  ।

Leave A Reply

Your email address will not be published.