Latest Odisha News

BREAKING NEWS

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଆଇପିଏଲର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି । ପଏଣ୍ଟ ଟେବୁଲର ସବୁଠାରୁ ଉପରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ଅପେକ୍ଷା ଆଜିର ମ୍ୟାଚ୍ ପଞ୍ଜାବ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପଞ୍ଜାବ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । କ୍ରିସ୍ ଜୋର୍ଡାନଙ୍କ ବଦଳରେ ଜମ୍ମି ନିଶମଙ୍କୁ ସ୍ଥାନ ମିଳିଛି । ପଞ୍ଜାବ ତା’ର ଶେଷ ମ୍ୟାଚ୍‌ରେ ମୁମ୍ବାଇକୁ ଡବଲ ସୁପର ଓଭର ମୁକାବିଲାରେ ପରାସ୍ତ କରିଥିଲା ।

ଦିଲ୍ଲୀ ଏହି ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି । ଚଳିତ ଆଇପିଏଲରେ ଦିଲ୍ଲୀ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ବାମହାତୀ ଦ୍ରୁତ ବୋଲର ଡାନିଏଲ ସାମ୍ସ । ତାଙ୍କୁ ଅନିରିଚ ନୋର୍ଜେଙ୍କ ବଦଳରେ ସାମିଲ କରାଯାଇଛି । ସେହିପରି ଆହତ କାରଣରୁ ବାଦ୍ ପଡ଼ିଥିବା ଋଷଭ ପନ୍ତ ଆଜି ଦଳକୁ କମବ୍ୟାକ୍ କରିଛନ୍ତି । ତାଙ୍କ ସହ ଶିମରନ ହେଟମେୟର ମଧ୍ୟ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି । ଅନ୍ୟପକ୍ଷରେ

Leave A Reply

Your email address will not be published.