Latest Odisha News

ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲସର ଉତ୍କଳ କଲେକ୍ସନ

ଭୁବନେଶ୍ୱର: ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସର ‘ଉତ୍କଳ’ କଲେକ୍ସନ ସମ୍ଭାର ‘ଉତ୍କଳ’ ର ଶୁଭାରମ୍ଭ କରିଛି ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାରକଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର୍ଯ୍ୟ, ଶୈଳୀ ଓ ଡିଜାଇନ୍ ଆଧାରରେ ପ୍ରସ୍ତୁତ କରାଯାଇଛି ।

ଗ୍ରାହକମାନେ କଳାତ୍ମକ ଭାବରେ ପ୍ରସ୍ତୁତ ଅନେକ ଗୁଡ଼ିଏ ଡିଜାଇନ ମଧ୍ୟରୁ ନିଜର ପସନ୍ଦର ଗହଣାକୁ ବାଛି ପାରିବେ ।

ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ, ମୁକ୍ତେଶ୍ୱର ମନ୍ଦିରକଳା, ପୁରୀ ଜଗନ୍ନାଥ ମନ୍ଦିର କଳା, ସିନ୍ଥି ନୃତ୍ୟ କଳା, ବୋଇତ ବନ୍ଦାଣ ନୌବାଣିଜ୍ୟ ପରମ୍ପରା ଓ ଆକର୍ଷଣୀୟ ପଟ୍ଟଚିତ୍ର କଳା ।

ଓଡ଼ିଶାର ଏହି ଏତିହ୍ୟ ସମ୍ପନ୍ନ କଳାସଂସ୍କୃତିର ଚିହ୍ନ ଗ୍ରାହକମାନେ ସୁନା ଓ ହୀରାର ସୁନ୍ଦର ନେକ୍‌ଲେସ, ଇୟରିଂ ଆଦି ମାଧ୍ୟମରେ ପାଇପାରିବେ ଉତ୍କଳ କଲେକ୍ସନରେ ରହିଥିବା ଓଡିଶାର ବିଭିନ୍ନ କଳାତ୍ମକ ଉତ୍କର୍ଷ ଗୁଡ଼ିକ ମଧ୍ୟରେ ରହିଛି:

କୋଣାର୍କ ସୂର୍ଯ୍ୟ ମନ୍ଦିର କଲେକ୍ସନ : ଅତ୍ୟନ୍ତସୁନ୍ଦର ଭାବରେ ନିର୍ମିତ କୋଣାର୍କର ଚକ ପରି, ଯାହାକି ସମୟର ସଙ୍କେତ ଅଟେ, ଏହି ନେକଲେସ୍ ସେଟ୍ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଡିଜାଇନ୍ ଦ୍ୱାରା ଅନୁପ୍ରେରିତ ଏବଂ ଏହାକୁ ଅତ୍ୟନ୍ତ ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଛି ।

ମୁକ୍ତେଶ୍ୱର ମନ୍ଦିର କଲେକ୍ସନ : ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରସ୍ତୁତ ଏହି ହାତତିଆରି ଗହଣା ସେଟ୍ ସୁଦୃଶ୍ୟ ମୁକ୍ତେଶ୍ୱର ମନ୍ଦିରର କଳାତ୍ମକ ସଂରଚନାକୁ କେନ୍ଦ୍ରରେ ରଖି ପ୍ରସ୍ତୁତ କରାଯାଇଛି ଯାହାକୁ ଓଡ଼ିଶା କଳା ସ୍ଥାପତ୍ୟର ଏକ ଉତ୍କୃଷ୍ଟ ରତ୍ନ ଭାବେ ବିବେଚନା କରାଯାଇଥାଏ ।

ପୁରୀ ଜଗନ୍ନାଥ କଲେକ୍ସନ: ଏହି ଆକର୍ଷଣୀୟ ଡିଜାଇନକୁ ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ଶୈଳୀର ସଙ୍କେତ ବହନ କରୁଛି ।

ବୋଇତ ବନ୍ଦାଣ କଲେକ୍ସନ : ଓଡ଼ିଶାର ବୋଇତ ବନ୍ଦାଣ ପରମ୍ପରା ଓ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇ ବୋଇତ ବନ୍ଦାଣ ଅନୁପ୍ରେରିତ ନେକ୍‌ଲେସ ସେଟ୍ ପ୍ରସ୍ତୁତ କରାଯାଇଛି ଯାହା ଓଡ଼ିଶାର ପୁରାତନ ସମୟରେ ପାଳନ କରାଯାଉଥିବା ଲୋକ ଉତ୍ସବର ସ୍ମୃତି ବହନ କରୁଛି ।

ପଟ୍ଟଚିତ୍ର କଲେକ୍ସନ: ରିଲାଏନ୍ସ ଜୁଏଲ୍ସର ଉତ୍କଳ କଲେକ୍ସନର ଏକ ଆକର୍ଷଣୀୟ ନେକ୍‌ଲେସ ସେଟ୍ ଭାବରେ ଏହି ସୁନ୍ଦର ଅଳଙ୍କାର କଲେକ୍ସନ ବାସ୍ତବରେ ପ୍ରତିଟି ଅଳଙ୍କାର ସଂଗ୍ରାହକଙ୍କ ପାଇଁ ଇପ୍‌ସିତ ଅଳଙ୍କାର, ଯାହା ଓଡ଼ିଶାର ପଟ୍ଟଚିତ୍ର କଳାରୁ ଅନୁପ୍ରେରିତ ହୋଇଛି । ଏହା ପୁରାତନ କଳାକୌଶଳ ଓ ଚିତ୍ରର ଅନୁକରଣରେ ପ୍ରସ୍ତୁତ କରାଯାଇଛି ।

କିଛି ଉତ୍କୃଷ୍ଟ କାରିଗରି ତଥା ରିଲାଏନ୍ସ ଜୁଏଲ୍ସ ବ୍ରାଣ୍ଡର ଗୁଣବତ୍ତା ଓ ବିଶ୍ୱସନୀୟତା । ଏହି ଉତ୍କଳ କଲେକ୍ସନ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟରେ ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି।

ଏଥିସହିତ ସୁନା ଗହଣା ଓ ସୁନା କଏନର ଗଢ଼ା ମଜୁରୀରେ ୩୦% ପର୍ଯ୍ୟନ୍ତ ରିହାତି଼ ରହିଛି ।ସେହିଭଳି ଡାଇମଣ୍ଡ୍ ବା ହୀରା ଅଳଙ୍କାର ବିଲ୍ ମୂଲ୍ୟରେ ୩୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି ।ଏହି ଅଫର ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସର୍ତ ଓ ବ୍ୟବସ୍ଥାବଳୀ ସହ ଲାଗୁ ହେବ ।

ଏହାର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଜୁଏଲ୍ସର ମୁଖପାତ୍ର କହିଛନ୍ତି ଯେ, “ପର୍ବପର୍ବାଣୀ ହେଉଛି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦୁର୍ଗାପୂଜା ଓ ଦୀପାବଳୀ ଭାରତରେ ପାଳିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଅନ୍ୟତମ । ଧନତେରସ ସମୟରେ ସୁନା କିଣିବାକୁ ଶୁଭ ମନେ କରାଯାଏ ଓ ଏହି ସମୟରେ ଆମେ ଉତ୍କୃଷ୍ଟ କାରିଗରୀସମ୍ପନ୍ନ ‘ଉତ୍କଳ କଲେକ୍ସନ୍‌’ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।ଆମର ଆକର୍ଷଣୀୟ ଅର୍ନେଟ୍ କଲେକ୍ସନରେ ମନ୍ଦିର ଅଳଙ୍କାରର ଡିଜାଇନ୍ ସାମିଲ୍ ରହିଛି ।

ପ୍ରତିଟି ସୁନା ଓ ହୀରା ନେକ୍‌ଲେସ୍ ଓ ଇୟରିଙ୍ଗ୍ ବେଶ୍ ସ୍ୱତନ୍ତ୍ର ଏବଂ ଏହା ଓଡ଼ିଶାର ବିଭିନ୍ନ କଳା, ଐତିହ୍ୟ ଓ ସଂସ୍କୃତିକୁ ଦର୍ଶାଇଥାଏ ।ଶୁଭ ଧନତେରସର ଅବ୍ୟବହିତ ପୂର୍ବରୁ ଏହିସ୍ୱତନ୍ତ୍ର କଲେକ୍ସନକୁ ଉପଲବ୍ଧ କରାଯାଇଛି ଏବଂ ଏହାକୁ ଆମର ଗ୍ରାହକମାନେବେଶ୍ ପସନ୍ଦ କରିବେ ବୋଲି  କମ୍ପାନି ଆଶା ରଖିିଥିବା ପ୍ରକାଶ କରିିିଛି।

Leave A Reply

Your email address will not be published.