Latest Odisha News

ବିଜେପିରେ ମିଶିବେ କ୍ୟାପଟେନ୍

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ଟାଣୁଆ ନେତା ବୋଲାଉଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ଧରିବେ ପଦ୍ମ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ପ୍ରମୁଖ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ବିଜେପି ରେ ଯୋଗ ଦେବେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପାର୍ଟିରେ ସାମିଲ ହେବେ କ୍ୟାପଟେନ୍ । ଏପରିକି ତାଙ୍କ ପାର୍ଟିର ମଧ୍ୟ ବିଜେପିରେ ବିଲୟ ଘଟିବ। ତାଙ୍କ ସହିତ ପାର୍ଟିର ଅନ୍ୟ ନେତା ମଧ୍ୟ ବିଜେପିରେ ଯୋଗ ଦେବେ। ଏହା ପୂର୍ବରୁ ସୋମବାର ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି  ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବେ କ୍ୟାପଟେନ୍।

କ୍ୟାପଟେନ୍ ଅମରିନ୍ଦର ସିଂହ ଅପ୍ରତ୍ୟାଶିତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗତ ବର୍ଷ କଂଗ୍ରେସ ଛାଡିଥିଲେ ଏବଂ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ। କିନ୍ତୁ ଏବେ ସେ ବିଜେପି ରେ ଯୋଗ ଦେବାକୁ ଯାଉଛନ୍ତି। ପିଏଲସିର ମୁଖପାତ୍ର ପ୍ରୀତପାଲ ସିଂହ ବଲିୟାବାଲ ପୂର୍ବରୁ କହି ସାରିଛନ୍ତି ଯେ, କ୍ୟାପଟେନ୍ ସିଂହ ସୋମବାର ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପାର୍ଟିରେ ସାମିଲ୍ ହେବେ। ମେରୁଦଣ୍ଡ ହାଡର ସର୍ଜରୀ ପରେ ଲଣ୍ଡନରୁ ନିକଟରେ ଫେରିଥିବା ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ। ପରେ ପରେ ତାଙ୍କ ଗତି ବିଧିରୁ ସିଧାସଳଖ ବାରି ହେଉଥିଲା ଯେ କ୍ୟାପଟେନ୍ ବିଜେପିରେ ମିଶିବେ ।

ଏନେଇ ରବିବାରଠୁ ଅମରିନ୍ଦର ସିଂହ ଦିଲ୍ଲୀ ଅଛନ୍ତି। ପୂର୍ବରୁ କ୍ୟାପଟେନଙ୍କ ଅନେକ ସାଥୀ ବିଜେପିରେ ମିଶି ସାରିଛନ୍ତି। ତେବେ ତାଙ୍କ ସହିତ ତାଙ୍କ ପୁଅ ରଣ ଇନ୍ଦର ସିଂହ, ଝିଅ ଜୟ ଇନ୍ଦର କୌର, ମୁକ୍ତସରର ପୂର୍ବତନ ବିଧାୟକ କରଣ କୌର ଏବଂ ଭଦୌଡରୁ ପୂର୍ବତନ ବିଧାୟକ ନିର୍ମଲ ସିଂହ ମଧ୍ୟ ବିଜେପିରେ ଯୋଗ ଦେବେ। ସଂପ୍ରତି ବିଜେପି ପଞ୍ଜାବରେ ତୃଣମୂଳସ୍ତରରୁ ପାର୍ଟିର ପୁନର୍ଗଠନ ଉପରେ ଜୋର ଦେଉଛି।

ଅମରିନ୍ଦର ସିଂହ ସେପ୍ଟେମ୍ବର ୧୨ରେ ଶାହଙ୍କ ସହିତ ସାକ୍ଷାତ ପରେ କହିଥିଲେ, ସେ ଜାତୀୟ ସୁରକ୍ଷା, ପଞ୍ଜାବରେ ମାଦକ ପଦାର୍ଥ, ବଢୁଥିବା ଆତଙ୍କବାଦ ମାମଲା ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଭବିଷ୍ୟତର ରୂପରେଖା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କଲି। କିନ୍ତୁ ଦଳରେ ସାମିଲ ହେବ କଥା କହି କହି ନଥିଲେ।
ଉଲ୍ଲେଖନୀୟ, ପଞ୍ଜାବ ଲୋକ କଂଗ୍ରେସ ବିଜେପି ଏବଂ ସୁଖଦେବ ସିଂହଙ୍କ ନେତୃତ୍ଵାଧୀନ ଶିରୋମଣି ଅକାଳି ଦଳ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢିଥିଲା। ହେଲେ କ୍ୟାପଟେନଙ୍କ ଜଣେ ହେଲେ ପ୍ରାର୍ଥୀ ନିର୍ବାଚନ ଜିତି ପାରିନଥିଲେ। ଏପରିକି ଅମରିନ୍ଦର ସିଂହ ଖୋଦ୍ ନିଜର ଗଡ ପଟିଆଲା ଆସନରୁ ପରାଜିତ ହୋଇଥିଲେ। ନିଜ ଗଡ଼କୁ ସମ୍ଭାଳି ପାରୁ ନଥିବା କ୍ୟାପଟେନ୍ ବିଜେପିରେ ମିଶିବା ପରେ ଲୋକମାନଙ୍କ ସମସ୍ୟାକୁ କେତେ ଦୂର କରିବେ ତାହା ଉପରେ ସମସ୍ତଙ୍କ ନଜର। କଂଗ୍ରେସ ରେ ରହି ବିଜେପି କୁ ଟାର୍ଗେଟ କରୁଥିବା କ୍ୟାପଟେନ ବିଜେପି ରେ ମିଶି କେଉଁ ସରକାର ଗଢିବେ ଆଉ ଏହା କେତେ ଫଳପ୍ରଦ ହେବ ତାହା ଦେଖିବା ବାକି ରହିଲା ।

Comments are closed.