Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ସର୍ବଦା ବିରାଟ ଇନିଂସ ଖେଳି ନଟଆଉଟ ରହିଛନ୍ତି କୋହଲି

ଦୁବାଇ:ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ତେବେ ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ ଉପରେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ରହିଛି । ସେ ଟି୨୦ ବିଶ୍ୱକପରେ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଆଉଟ ହୋଇ ନାହାନ୍ତି । ସେ ୩ଟି ମ୍ୟାଚ ଖେଳିଛନ୍ତି ଏବଂ ନଟଆଉଟ ରହିଛନ୍ତି । ୩ଟି ଇନିଂସରେ ସେ ୧୩୦ ଷ୍ଟ୍ରାଇକ ରେଟ ଓ ୨ଟି ଅର୍ଦ୍ଧଶତକ ସହ ୧୬୯ ରନ କରିଛନ୍ତି ।

ଓଭରାଲ ସେ ପାକିସ୍ତାନ ବିପକ୍ଷରେ ଏହି ଫର୍ମାଟରେ ୬ଟି ମ୍ୟାଚ ଖେଳି ୨୫୪ ରନ କରିଛନ୍ତି । ଅଧିନାୟକ ଭାବେ କୋହଲିଙ୍କ ଏହା ଶେଷ ଟି୨୦ ବିଶ୍ୱକପ ହୋଇଥିବାରୁ ସେ ଏହାକୁ ନିଶ୍ଚିତ ଭାବେ ସ୍ମରଣୀୟ କରିବାକୁ ଚାହିଁବେ । ୨୦୧୨ ଟି୨୦ ବିଶ୍ୱକପରେ ୭୮ ନଟଆଉଟ, ୨୦୧୪ରେ ୩୬ ଏବଂ ୨୦୧୬ରେ ୫୫ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.