Latest Odisha News

BREAKING NEWS

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ । କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରୁ ପଠାଇଛନ୍ତି । ଖୁବ ଶୀଘ୍ର ସେ ବିଜେଡିରେ ଯୋଗ ଦେବାର ସମ୍ଭାବନା ରହିଛି ।


କଂଗ୍ରେସରେ ଜନସେବାର ସୁଯୋଗ ନଥିବାରୁ ସେ ଦଳ ଛାଡୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି । କିଛିଦିନ ହେଲା ପ୍ରଦୀପ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ପ୍ରଦୀପ ଏହାକୁ ଏଡାଇ ଚାଲିଥିଲେ । ଶେଷରେ ଆଜି ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.