Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ଇତିହାସ ରଚିବା ଲକ୍ଷ୍ୟରେ ବିରାଟ କୋହଲି

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ କୋହଲିଙ୍କ ନିକଟରେ ଅନେକ ରେକର୍ଡ କରିବା ସୁଯୋଗ ରହିଛି । କୋହଲି ଏବେ ଇଂଲଣ୍ଡର ପୂର୍ବ କ୍ରିକେଟର ଜ୍ୟାକ୍ସ ହବ୍ସଙ୍କ ଅଷ୍ଟ୍ରେଲିଆ ମାଟିରେ ୯ ଶତକ ରେକର୍ଡ ସମକକ୍ଷ ଅଛନ୍ତି । ହବ୍ସ ସମସ୍ତ ଶତକ ଟେଷ୍ଟ କ୍ରିକେଟରେ ମାରିଥିଲେ । କୋହଲି ୩ ଫର୍ମାଟରେ ଏହି ଶତକ ମାରିଛନ୍ତି । କୋହଲି ଆଉ ଏକ ଶତକ ହାସଲ କଲେ ଏହି ରେକର୍ଡ ନିଜ ନାମରେ କରିନେବେ ।

ସେହିପରି ଅଷ୍ଟ୍ରେଲିଆରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ସର୍ବାଧିକ ୬ ଶତକ ହାସଲ କରିଛନ୍ତି । କୋହଲି ମଧ୍ୟ ତାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହି ରେକର୍ଡ ଭଙ୍ଗ ପାଇଁ ସେ ଆଉ ଗୋଟିଏ ଶତକ ଆଶା କରୁଛନ୍ତି । ଦିନିକିଆ କ୍ରିକେଟରେ ଦ୍ରୁତ ୧୨୦୦୦ ରନ ସଂଗ୍ରହରେ ମଧ୍ୟ ସଚିନଙ୍କୁ ପଛରେ ପକାଇବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି । କୋହଲି ୨୩୯ ଇନିଂସରେ ୧୧୮୬୭ ରନ ସଂଗ୍ରହ କରିଛନ୍ତି । ତାଙ୍କୁ ୩ଟି ମ୍ୟାଚରେ ୧୩୩ ରନର ଆବଶ୍ୟକତା ରହିଛି । ସଚିନ ଏହି କୀର୍ତିମାନ ହାସଲ କରିବା ପାଇଁ ୩୦୦ରୁ ଅଧିକ ମ୍ୟାଚ ଖେଳିଥିଲେ ।

Leave A Reply

Your email address will not be published.