Latest Odisha News

BREAKING NEWS

ଆସନ୍ତା ମାସରେ ଭାରତରେ ଲଞ୍ଚ୍‌ ହେବ କେଟିଏମ୍‌ ୨୫୦; ଜାଣନ୍ତୁ କଣ ରହିଛି ଏହାର ଅତ୍ୟାଧୁନିକ ଫିଚର୍‌

ନୂଆଦିଲ୍ଲୀ: ରେସିଂ ଏବଂ ସ୍ପୋର୍ଟସ୍ ବାଇକ୍‌ର ଜଣାଶୁଣା କମ୍ପାନୀ କେଟିଏମ୍‌ ଏହାର ନୂତନ ବାଇକ୍ କେଟିଏମ୍‌ ୨୫୦ ଆଡଭେଞ୍ଚର ଭାରତରେ ଲଞ୍ଚ କରିଛି। କେଟିଏମ୍‌ ୩୯୦ ଆଡଭେଞ୍ଚର ପ୍ଲାଟଫର୍ମରେ ଏହି ବାଇକ୍ ପ୍ରସ୍ତୁତ କରାଯାଇଛି। ଏହି ବାଇକ୍ ର ପୂର୍ବ ଶୋ’ରୁମ୍ ମୂଲ୍ୟ ହେଉଛି ୨.୪୮ ଲକ୍ଷ ଟଙ୍କା। ଏହା ଏକ ଟ୍ରାଭେଲ୍-ଏଣ୍ଡୁରୋ ବାଇକ୍। କେଟିଏମ୍‌ ୨୫୦ ଆଡଭେଞ୍ଚରର ଲୁକ୍‌ ୩୯୦ ଆଡଭେଞ୍ଚର ସହିତ ପ୍ରାୟ ସମାନ। ବ୍ଲାକ୍‌ ଏବଂ ଅରେଞ୍ଜ୍‌ ରଙ୍ଗରେ କେଟିଏମ୍‌ ୨୫୦ ଆଡଭେଞ୍ଚର ଉପଲବ୍ଧ ରହିବ।

ଆସନ୍ତା ମାସରେ କେଟିଏମ୍‌ ଏହାର ନୂତନ ବାଇକ୍ ୨୫୦ ଆଡଭେଞ୍ଚର ଲଞ୍ଚ୍‌ କରିପାରେ। କମ୍ପାନୀ ଏହି ବାଇକ୍‌ରେ ୨୪୮ ସିସି ସିଲିଣ୍ଡର ଇଞ୍ଜିନ୍ ଦେଇଛି। ଯାହା ୩୦ଏଚ୍‌ପିରେ ୯୦୦୦ଆର୍‌ପିଏମ୍‌ ଶକ୍ତି ଏବଂ ୨୪ଏନ୍‌ଏମ୍‌ରେ ୭୫୦୦ଆର୍‌ପିଏମ୍‌ ଉତ୍ପାଦନ କରିଥାଏ। ଏଥିରେ ୫.୦ ଇଞ୍ଚ୍‌ର କଳା ଏବଂ ଧଳା ଟିଏଫ୍‌ଟି ଡିସପ୍ଲେ ରହିଛି। ଏଥିରେ ୧୪.୫ ଲିଟର କ୍ଷମତା ବିଶିଷ୍ଟ ପେଟ୍ରୋଲ ଟାଙ୍କି ଅଛି।

କେଟିଏମ୍‌ର ଏହି ବାଇକ୍‌ରେ ଜିପିଏସ୍ ବ୍ରାକେଟ୍, ରେଡିଏଟର ପ୍ରୋଟେକ୍ସନ୍ ଗ୍ରୀଲ୍, କ୍ରାସ୍ ବ୍ୟାଙ୍ଗ୍, ହେଡଲ୍ୟାମ୍ପ ପ୍ରୋଟେକ୍ସନ୍ ଏବଂ ହ୍ୟାଣ୍ଡେଲବାର ପ୍ୟାଡ୍, ବୋସ୍ ର ଏବିଏସ୍ (ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍) ଭଳି ବିଭିନ୍ନ ଅତ୍ୟାଧୁନିକ ଫିଚର ରହିଛି।

Leave A Reply

Your email address will not be published.