Latest Odisha News

BREAKING NEWS

ଟ୍ରକ ସହ ଜୋରରେ ପିଟି ହେଲା କାର୍: ୨ ମୃତ, ୨ ଗୁରୁତର

ସମ୍ବଲପୁର: ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟିହୋଇ ଟ୍ରକକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଗୁରୁତର ଆଙତ ହୋଇଠନ୍ତି । ମୃତକ ହେଲେ ମନୀଷ ଗୁପ୍ତା ଓ ସୁବ୍ରତ ସାହୁ । ଅନ୍ୟ ଦୁଇ ଜଣ ସୌରଭ ଗୁପ୍ତା ଓ ଆକାଶଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଗତକାଲି ୪ ଜଣ ଏକ କାରରେ ସମ୍ବଲପୁରରୁ ଗୋଡଭଗା ଅଭିମୁଖେ ଯାଉଥିଲେ । ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଡିଭାଇଡରରେ ପିଟି ହୋଇଥିଲା । ପରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲକୁ ପଠାଇଥିଲେ l ଘଟଣା ସମ୍ପର୍କରେ ଗୋଶାଳା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି l

Comments are closed.