Latest Odisha News

କେନାଲରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

କାମାକ୍ଷାନଗର: କାର ସହ ଡ୍ରାଇଭରର ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ନିଖୋଜ ଥିଲେ ଡ୍ରାଇଭର । ଶନିବାର ଠାବ ହେଲା ମୃତଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ କାମାକ୍ଷାନଗର କୁଲେଇ ଗାଁ ନିକଟ ରେଙ୍ଗାଳି ବାମ କେନାଲରେ ।

ପରଜଙ୍ଗ ଥାନା ଝରଣାବାହାଳ ଗାଁର ଅନନ୍ତ ସିଂ ଗତ ୪ ତାରିଖରୁ ନିଖୋଜ ଥିଲେ । ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ମଧ୍ୟ ବହୁ ଖୋଜାଖୋଜି କରିଥିଲେ । ହେଲେ ଶନିବାର ରେଙ୍ଗାଳି ବାମ କେନାଲରୁ ପାଣି କମିବା ପରେ ଅନନ୍ତଙ୍କ କାର ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର ଓ ଅନନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା । ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

Comments are closed.