Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରାଯିବ : ବିଜେପି

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ  ବିଜେପି ଜୋରଦାର ବିରୋଧ କରିବା ନେଇ ଚେତାବନୀ ଦେଇଛି। ୮ ତାରିଖ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସାମାଜିକ ବାସନ୍ଦର ଅଭିଯାନ ଆରମ୍ଭ କରିବ ବିଜେପି।ଏକ ସାମ୍ବାଦିକ ସମ୍ମାଦିକ ସମ୍ମିଳନୀ ରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ତାଙ୍କୁ ବିରୋଧ କରାଯିବ।ମୁଖ୍ୟମନ୍ତ୍ରୀ କୌଣସି ସ୍ଥାନରେ ପାଦପକାଇବାକୁ ଦିଆଯିବ ନାହିଁ ବୋଲି ବିଜେପି କହିଛି।ଏଥିସହ ୩୧୪ ଟି ବ୍ଲକରେ ମୁଖ୍ୟମନ୍ତ୍ରୀ ଓ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର କୁଶ ପୁତ୍ତଳିକା ଦାହ କରିବ ବିଜେପି।କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ,ବରଗଡ଼ ସାଂସଦ ସୁରେଶ ପୂଜାରୀ,ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହ ଦେଓଙ୍କ ନେତୃତ୍ୱରେ ଏକ ଟିମ୍ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିଜେପି।

Leave A Reply

Your email address will not be published.