Latest Odisha News

BREAKING NEWS

କାରର ଫ୍ୟାନ୍ସି ନମ୍ବରକୁ ୧୨.୭ ଲକ୍ଷ ଟଙ୍କାରେ କିଣିଲେ ଯୁବକ

ଉତ୍ତରାଖଣ୍ଡ: ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସଉକ ଥାଏ । ଆଉ ସେହି ସଉକକୁ ପୂରଣ କରିବା ପାଇଁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ସେହିପରି ଉତ୍ତରାଖଣ୍ଡର ଉଦାମସିଂ ନଗରର ଜଣେ ବ୍ୟକ୍ତି ତାଙ୍କ ସଉକକୁ ପୂରଣ କରିବାକୁ ମହଙ୍ଗା ମୂଲ୍ୟ ଦେଇ କାରର ଫ୍ୟାନ୍ସି ନମ୍ବର କିଣିଛନ୍ତି ।

ଉଦହମ୍ ସିଂ ନଗର ଜିଲାର ରୁଦ୍ରପୁରର ବାସିନ୍ଦା ବୈଭବ ଛାବଡ଼ା ନିଜ କାର ପାଇଁ ୦୦୦୧ ନମ୍ବରକୁ ୧୨.୭୦ ଲକ୍ଷ ଟଙ୍କାରେ କିଣିଛନ୍ତି । ଏଆରଟିଓ ପୂଜା ନାୟାଲ କହିଛନ୍ତି ଯେ, ରୁଦ୍ରପୁରର ପରିବହନ ବିଭାଗର ନୂତନ ସିରିଜ୍ ଆରମ୍ଭ ହେବା ପରେ ୩୮ ଟି ଭିଆଇପି ନମ୍ବରର ଏକ ତାଲିକା ଜାରି କରାଯାଇଥିଲା । ବୈଭବ ଛାବ୍ରା ୦୦୦୧ ନମ୍ବର ପାଇଁ ୧୨ ଲକ୍ଷ ୭୦ ହଜାର ଟଙ୍କା ଟେଣ୍ଡର କରିଥିଲେ । ତାଙ୍କୁ ଏହି ନମ୍ବର ଦିଆଯାଇଛି । ଏଥି ସହିତ ମୋହନ ଲାଲ ଖେଡା ୦୦୦୩ ନମ୍ବର ପାଇଁ ୧ ଲକ୍ଷ ୯୧ ହଜାର, ନବୀନ ଚନ୍ଦ୍ର ବଲାବ ୦୦୦୯ ପାଇଁ ୧ ଲକ୍ଷ ୫ ହଜାର, ରାକେଶ ସିଂ ୭୭୭୭ ନମ୍ବର ପାଇଁ ୧ ଲକ୍ଷ, ରାଜୀବ କାଟାରିଆ ୦୦୦୨ ନମ୍ବର ପାଇଁ ୯୨ ହଜାର ଟଙ୍କାରେ କିଣିଛନ୍ତି । ମହଙ୍ଗା ମୂଲ୍ୟରେ ଆମ କାର୍ଯ୍ୟାଳୟରୁ ୨୦ ଟି ଭିଆଇପି ନମ୍ବର ନିଲାମ ହେତୁ ବିଭାଗର ରାଜସ୍ୱ ବୃଦ୍ଧି ପାଇଛି । ଆଗକୁ ମଧ୍ୟ ଆମେ ଏହିପରି ଭିଆଇପି ନମ୍ବର ନିଲାମ କରିବୁ । ଆରଟିଓରେ ପ୍ରତି ମାସରେ ଦୁଇଥର ଭିଆଇପି ନମ୍ବର ନିଲାମ କରାଯାଏ ।

Comments are closed.