Latest Odisha News

BREAKING NEWS

ଭାରସ୍ୟାମ ହରାଇ ପୋଖରୀରେ ପଶିଗଲା କାର: ୨ ଗୁରୁତର

ସୋରୋ: ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ କାରଟି ଧାମରାରୁ ଧାମନଗର ଯାଉଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଦଳପୂର୍ଣ୍ଣ ପୋଖରୀ ଭିତରେ ପଶି ଯାଇଥିଲା । କାର ଭିତରେ ଥବା ୫ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାରର କାଚ ଭାଙ୍ଗି ୫ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ସେମାନେ ଆହତ ଥିବାରୁ ପ୍ରଥମେ ସେମାନଙ୍କୁ ସିମୁଳିଆ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମାତ୍ର ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ପୋଲିସ କିମ୍ବା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

Leave A Reply

Your email address will not be published.