ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତି ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହୋଇଥାଏ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହେବା ସହିତ, ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆଜିକାଲି ଅନେକ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି। ଏହି ସମସ୍ୟାର ସମ୍ମୁଖୀନ କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ସାଜିଥାଏ । ତେଣୁ ଏଥିପାଇଁ ଅନେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ , ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି । ତେବେ ଆସନ୍ତୁ ଜାଣିବା କେଶ ପାଇଁ ସୋରିଷ ତେଲର ଉପକାରିତା ସମ୍ପର୍କରେ ।
ସୋରିଷ ତେଲ କେଶକୁ ମଜବୁତ୍ କରିବା ସହିତ, କେଶରେ ଚମକ ଆଣିବାରେ ସାହାଯ୍ୟ କରେ । ରାତିରେ ଶୋଇବା ପୂର୍ବରୁ ଏକ ଲୁହା ପାତ୍ରରେ ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଗ୍ୟାସରେ ଲୁହା କଡେଇ ବସେଇ, ରାତିରେ ରଖିଥିବା ସାରିଷ ତେଲ ଏବଂ ମେଥି ଦାନାକୁ ପକାଇ ୫ ରୁ ୬ ମିନିଟ ଯାଏଁ ଫୁଟାଇବେ । ଏହି ମିଶ୍ରଣ କଳା ହୋଇ ଆସିଲେ ଗ୍ୟାସ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିବେ । ତେଲ ଥଣ୍ଡା ହେବା ପରେ ଏକ କାଚ ଜାରରେ ଏହାକୁ ଛାଣି ରଖିବେ । ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ ରୁ ୧୦ ମିନିଟ ଯାଏଁ ହାଲକା ହାତରେ ମସାଜ କରିବେ । ଏହାପରେ କିଛି ସମୟ ଏହାକୁ ଏପରି ଭାବରେ ଛାଡ଼ିଦେବେ l ପରଦିନ କେଶକୁ ଶାମ୍ପୁ କରି ଧୋଇବେ । ଏପରି ସପ୍ତାହକୁ ୨ ରୁ ୩ ଥର କରିବା ଦ୍ୱାରା, ଧିରେଧିରେ କେଶ ଝଡିବା କମ ହେବା ସହିତ, କେଶରେ ଚମକ ଆସିଥାଏ ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.