Latest Odisha News

ବୁଲେଟ ପ୍ରୁଫ୍ ଗାଡ଼ି ଛାଡି ଟ୍ୟାକ୍ସି ଯୋଗେ ଯାତ୍ରା କଲେ, ବନ୍ୟା ପ୍ରପୀଡ଼ିତଙ୍କ କଥା ବୁଝିଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ବୁଲେଟ ପ୍ରୁଫ୍ ଗାଡ଼ି ଛାଡି ଟ୍ୟାକ୍ସି ଯୋଗେ ଯାତ୍ରା କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ହିମାଚଳ ପ୍ରଦେଶରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ହଠାତ୍ ବୁଲେଟପ୍ରୁଫ୍ ଗାଡି ଛାଡି ଭୁନ୍ତର ବିମାନ ବନ୍ଦରରୁ ମନାଲୀ ଅଭିମୁଖେ ଯାତ୍ରା କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ଭୁନ୍ତର ବିମାନବନ୍ଦର ବାହାରେ ଏକ ବୁଲେଟ୍ ପ୍ରୁଫ୍ ଗାଡି ଲଗାଯାଇଥିଲା। କିନ୍ତୁ ନୀତିନ ଗଡକରୀ ସେଠାରେ ପହଞ୍ଚିବା ମାତ୍ରେ ସେ ଗାଡି ବଦଳାଇବାକୁ କହିଥିଲେ। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଗାଡିକୁ ହଟାଗଲା ଏବଂ ତିନି ନମ୍ବରରେ ପାର୍କିଂ ହୋଇଥିବା ଟ୍ୟାକ୍ସିକୁ ଡକାଇ ସେ ମନାଲୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଆଉ ବନ୍ୟା ପ୍ରପୀଡିତଙ୍କ କଥା ବୁଝିଲେ ମନ୍ତ୍ରୀ।

ବ୍ୟାସ ନଦୀରେ ବନ୍ୟା ଯୋଗୁଁ କିରତପୁର-ମନାଲୀ ଚାରି ଲେନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବାହାରିଛନ୍ତି। ଏହି ଯାତ୍ରା ସମୟରେ କୁଲ୍ଲୁ ରୁ ମନାଲୀ ଅଭିମୁଖେ ଯାତ୍ରା ସମୟରେ ନଅ ସ୍ଥାନରେ ଅଟକି ଯାଇଥିଲେ। ମନ୍ତ୍ରୀ ସମଗ୍ର ଅଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଦେଖି ପ୍ରଭାବିତଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତି ଦେଖି ପ୍ରଭାବିତଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ମନ୍ତ୍ରୀ।

ଏହାପୂର୍ବରୁ ଦିଲ୍ଲୀରେ ଆଇସିଇଏମଏର ବାର୍ଷିକ ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗାଡକରୀ କହିଥିଲେ ଯେ ଟ୍ରକରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରାଯାଇଛି ଏବଂ କାର୍ଯ୍ୟ ସମୟ ସ୍ଥିର କରିବାକୁ ଯୋଜନା କରାଯାଇଛି। ପାଞ୍ଚ ବର୍ଷ ମଧ୍ୟରେ ୧୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅଟୋମୋବାଇଲ ଶିଳ୍ପ ଏବଂ ବିଶ୍ୱର ଏକ ନମ୍ବର ଉତ୍ପାଦନ ହବ୍ କରିବାକୁ ପ୍ରୟାସ ଜାରି ରହିଛି।

Leave A Reply

Your email address will not be published.