କେନ୍ଦୁଝର: ରାସ୍ତା ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାରେ ଜଣେ ମୃତ । ସଦର ଥାନା ଠାକୁରଡିହି ଛକ ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । କାର ପଛପଟ ସିଟ୍ରୁ ଜଣେ ବ୍ୟକ୍ତିଙ୍କୁ ମୃତବସ୍ଥାରେ ଉଦ୍ଧାର କରାଯାଇଛି । ଗାଡି ଭିତରେ ଅନ୍ୟ କେହି ଥିଲେ ନା ନାହିଁ, ସେ ନେଇ ପୋଲିସର ଖୋଳତାଡ ଜାରି ରହିଛି । ଅନ୍ୟପଟେ ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।
Comments are closed.