Latest Odisha News

BREAKING NEWS

ହଠାତ୍ ହୃଦଘାତର ଶିକାର ହେଲେ ଡ୍ରାଇଭର, ୪ ଜଣଙ୍କ ଉପରେ ଚଢ଼ିଗଲା କାର

ପୁନେ: ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଅମ୍ବରନାଥ ଫ୍ଲାଏଓଭରରେ ଏକ ଦୁର୍ଘଟଣା ଘଟି ଚାରି ଜଣଙ୍କର ମୃତ୍ୟୁ ହୋଇଛି।

ଶିବସେନା ସ୍ଥାନୀୟ ନିର୍ବାଚନ ପ୍ରାର୍ଥୀ କିରଣ ଚୌବେ ତାଙ୍କ ସହଯୋଗୀ ଏବଂ ଡ୍ରାଇଭର ଲକ୍ଷ୍ମଣ ସିନ୍ଦେଙ୍କ ସହିତ ନିର୍ବାଚନ ପ୍ରଚାରରେ ଯାଉଥିବା ସମୟରେ ଡ୍ରାଇଭର ହଠାତ୍ ହୃଦଘାତର ଶିକାର ହୋଇଥିଲେ। ଫଳରେ ସେ ଗାଡ଼ିରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ଯାହାଫଳରେ କାରଟି ନିୟନ୍ତ୍ରଣ ହରାଇ ଫ୍ଲାଏଓଭରରେ ଥିବା ଅନେକ ଦୁଇଚକିଆ ଯାନ ସହିତ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାଟି ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ହୋଇଥିଲା ଓ ଏହା ଏତେ ଭୟଙ୍କର ଥିଲା ଯେ ଜଣେ ଦୁଇଚକିଆ ଯାନ ଆରୋହୀ ଫ୍ଲାଏଓଭର ତଳକୁ ଛିଟିକି ପଡ଼ିଯାଇଥିଲେ। ଏହି ସମସ୍ତ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି।

 

Comments are closed.