Latest Odisha News

BREAKING NEWS

ପୁଣି ହାତୀର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀର ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରେ ଆଉ ଏକ ହାତୀର ମୃତଦେହ ଠାବ ହୋଇଛି । ବାଗପୁର ଗାଁ ନିକଟ ବିଲରେ ପଡ଼ିଛି ହାତୀର ମୃତଦେହ । ମୃତ ହାତୀର ଶରୀରରେ ସାମାନ୍ୟ କ୍ଷତ ଚିହ୍ନ ରହିଛି ।

ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ପାରିନି । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଗତ ୯ ତାରିଖରେ ମଧ୍ୟ ଏକ ହାତୀର ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ । ବାରମ୍ବାର ହାତୀୟ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.