Latest Odisha News

BREAKING NEWS

IPL ଖେଳାଳି ନିଲାମୀ: ଆଜି ୧୬୧ କ୍ରିକେଟରଙ୍କ ବାଜି ଲାଗିବ

ବେଙ୍ଗାଳୁରୁ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମ । ଦୁଇ ଦିନ ବେଙ୍ଗାଳୁରୁରେ ଏହି ମେଗା ଅକ୍ସନ ଚାଲିବ । ମୋଟ୍ ୫୯୦ ଖେଳାଳି ନିଲାମୀରେ ସାମିଲ ହୋଇଛନ୍ତି । ଏମାନଙ୍କ ଭିତରେ ୩୭୦ ଜଣ ଭାରତୀୟ ଓ ୨୨୦ ବିଦେଶୀ କ୍ରିକେଟର ଅଛନ୍ତି ।

ପୂର୍ବରୁ ୧୦ଟି ଫ୍ରାଞ୍ଚାଇଜି ଟିମ୍ ନିଜର ରିଟେନସନ୍ ଲିଷ୍ଟ ଓ ଡ୍ରାଫ୍ଟ ଲିଷ୍ଟରେ ସାମିଲ ଖେଳାଳିଙ୍କ ନାଁ ଜାରି କରିଥିଲେ । ପୁରୁଣା ୮ଟି ଟିମ୍ ୨୭ ଖେଳାଳିଙ୍କୁ ପାଖରେ ରଖିଥିବା ବେଳେ ଦୁଇ ନୂଆ ଟିମ୍ ଡ୍ରାଫ୍ଟରୁ ୬ ଜଣଙ୍କୁ ଟିମରେ ସାମିଲ କରିଛନ୍ତି ।

ମେଗା ଅକ୍ସନର ଆଜି ପ୍ରଥମ ଦିନରେ ୧୬୧ ଖେଳାଳିଙ୍କ ନିଲାମ ଡକାଯିବ । ବଛା ବଛା ୧୦ ଜଣ ଚର୍ଚ୍ଚିତ ଚେହେରାଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଯେଉଁମାନଙ୍କର ବେସ୍ ପ୍ରାଇସ୍ ଅଛି ୨ କୋଟି ଟଙ୍କା । ଏହି ତାଲିକାରେ ଶ୍ରେୟସ ଆୟାର, ଆର୍. ଅଶ୍ୱିନ, କ୍ୱିଣ୍ଟନ୍ ଡିକକ, ମହମ୍ମଦ ସାମି, କେଗିସୋ ରବାଡା, ଶିଖର ଧଓ୍ୱନ, ଫାଫ୍ ଡୁପ୍ଲେସିସ୍, ଡେଭିଡ୍ ଓ୍ୱାର୍ଣ୍ଣର, ଟ୍ରେଣ୍ଟ ବୋଲ୍ଟ, ଫେଟ୍ କୁମିନ୍ସ ।
ଆଜି ପ୍ରଥମ ଦିନରେ ବହୁ ତାରକା କ୍ରିକେଟରଙ୍କ ନିଲାମୀ ଲାଗିବ । ଜାସନ୍ ହୋଲ୍ଡର, ସୁରେଶ ରୈନା, ଯୁଜବେନ୍ଦର ଚହଲ, କୁଳଦୀପ ଯାଦବ, ଏରୋନ୍ ଫିଞ୍ଚ, ଜୋସ୍ ହାଜଲଉଡ୍, ସାକିବ୍ ଅଲ୍ ହସନ୍, ଇଶାନ୍ କିଷାନ, ଦୀପକ ଚହର, ଇଅନ୍ ମୋର୍ଗାନ୍, ଜନି ବେୟରଷ୍ଟୋ ଭଳି କ୍ରିକେଟରଙ୍କ ଉପରେ ବି ସମସ୍ତଙ୍କର ନଜର ରହିଛି ।

ଚଳିତବର୍ଷ ଆଇପିଏଲ ନିଲାମୀରେ ଓଡିଶାର ଦୁଇଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ସାମିଲ ହେବେ । ଓସିଏ ପକ୍ଷରୁ ୫ଜଣ ଖେଳାଳିଙ୍କ ନାଁ ଆଇପିଏଲରେ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି ।

Comments are closed, but trackbacks and pingbacks are open.