Latest Odisha News

ରାଜ୍ୟରୁ କରୋନା ନେଲା ଆଉ ୨୪ ଜୀବନ, ମୃତକଙ୍କ ଭିତରେ ୨୧ ଦିନର ଶିଶୁ ପୁତ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢୁଛି । ଆଉ ୨୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଅଡିଟ୍ ପ୍ରୋସେସରେ ସେମାନଙ୍କର କରୋନାରେ ମୃତ୍ୟ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ କେବଳ ୬ ଜଣ ଅଛନ୍ତି ।

ବାଲେଶ୍ୱର ଜିଲ୍ଲାରୁ କରୋନାରେ ଆଉ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଯାଜପୁର ଜିଲ୍ଲାରେ ଆଉ ୩ ଜଣ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରୁ କରୋନା ନେଇଛି ଆଉ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ । ମୃତକଙ୍କ ଭିତରେ ଭଦ୍ରକ ଜିଲ୍ଲାର ଜଣେ ୨୧ ଦିନର ଶିଶୁ ପୁତ୍ର ରହିଛି ।

ସେହିପରି ଅନୁଗୋଳ, ବରଗଡ଼, ପୁରୀ, ନବରଙ୍ଗପୁର ଜିଲ୍ଲାରୁ ଆଉ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮୮୬୨କୁ ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.