Latest Odisha News

BREAKING NEWS

ରାଜ୍ୟରେ କମୁନି ହାତୀ ମୃତ୍ୟୁ: ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ: ରାଜ୍ୟରେ କମୁନି ହାତୀ ମୃତ୍ୟୁ । ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଠାବ । ଦନ୍ତାଟିର ବୟସ ୨୦ରୁ ୨୫ ବର୍ଷ ହୋଇଥିବା ବେଳେ ହାତୀ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ନୂଆବଗ ବ୍ୟାରେଜ ନିକଟରେ ଏକ ଦନ୍ତା ହାତୀ ମରି ପଡିଥିବାର ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଦେଖି ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଥିଲା । ଦନ୍ତାର ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ ।

Leave A Reply

Your email address will not be published.