Latest Odisha News

BREAKING NEWS

ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ପଡିଲା ମହଙ୍ଗା: ଜଣେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ଜଣେ ଯୁବକଙ୍କୁ ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଗିରଫ କରିଛି ବନ ବିଭାଗ  । ଗିରଫ ଯୁବକ ଜଣକ କୁଲାଡ ଗାଁର ଦିନେଶ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ହେବ ବଅଁରପାଳ ବ୍ଲକ ଅଞ୍ଚଳ ହାତୀ ମାନଙ୍କର ଚଳପ୍ରଚଳ ସ୍ଥାନ ପାଲଟିଛି । ହାତୀ ପଲ ଗାଁ ମୁହାଁ ହୋଇ ବ୍ୟାପକ ଧାନଫସଲ ସହ ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି  ।  ହାତୀ ଘଉଡାଇବା ପାଇଁ ବନବିଭାଗ ମଧ୍ୟ ଫେଲ ମାରିଛି ।

ଏହାରି ମଧ୍ୟରେ ଗତ ୫ ତାରିଖ ଦିନ ତୁଳସୀପାଳ ଗାଁର କିଛି ଯୁବକ ହାତୀ ସହିତ ଦୁଃସାହସିକ କାର୍ଯ୍ୟ ଦେଖାଇଥିବା ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଜଙ୍ଗଲୀ ହାତୀର ଅତି ନିକଟତର ହୋଇ ତା’ ପଛକୁ ଯାଇ ଲାଙ୍ଗୁଡ଼ ଟାଣି ହାତୀଟିକୁ ଉତ୍ୟକ୍ତ କରିଥିଲେ । ହାତୀକୁ କିଏ ପଥର ମାରିଥିଲେ ତ ଆଉ କିଏ ତା ଆଗରେ ବିଭିନ୍ନ ପ୍ରକାର ବାଜା ଓ ପାଟି କରି ହଇରାଣ କରିଥିଲେ। କୁଲାଡ଼ ଗାଁର ଦିନେଶ ସାହୁ ହାତୀର ଲାଙ୍ଗୁଡ଼ରେ ହାତ ମାରି ଟାଣିବାର ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ବନବିଭାଗ ଏହି ଭିଡିଓ ଦେଖି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହିତ ଯୁବକକୁ ଗିରଫ କରିଛି ।  ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଯୁବକଙ୍କ ଉପରେ ବନବିଭାଗ ନଜର ରଖିଛି ।

Leave A Reply

Your email address will not be published.