Latest Odisha News

BREAKING NEWS

ଏହି ମନ୍ଦିରରେ ତାନ୍ତ୍ରିକ ରୀତିନୀତିରେ ପୂଜା ପାଆନ୍ତି ମାଆ କାଳୀ

ନୂଆଦିଲ୍ଲୀ : ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ  । କାଳୀପୂଜାରେ ସାଧାରଣତଃ କାଳୀ ମାଆଙ୍କୁ ପଜା କରାଯାଏ  । ଦେଶର ବିଭିନ୍ନ ସ୍ଥାନରେ ମାଆଙ୍କ ମନ୍ଦିର ରହିଛି  । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ମନ୍ଦିର ସମ୍ପର୍କରେ କହିବାକୁ ଯାଉଛୁ  । ଯେଉଁଠି ମାଆଙ୍କୁ ତାନ୍ତ୍ରିକ ରୀତିନୀତିରେ ପୂଜା କରାଯାଏ  । ଝାଡଖଣ୍ଡ ଗୋଡ୍ଡାର ମୋହନପୁର ଖଦହରା ମାଲ ଗାଁରେ ରହିଛି ଏହି ମନ୍ଦିର  । ଏହି ମନ୍ଦିର ଶହ ଶହ ବର୍ଷ ପୁରୁଣା। ଯେଉଁଠାରେ ପ୍ରତିବର୍ଷ ଦୀପାବଳି ରାତିରେ ମା କାଳୀଙ୍କ ପୂଜା ବଡ ଧୂମଧାମ ସହକାରେ ପାଳନ କରାଯାଏ  ।  ଯାହା ତିନି ଦିନ ପର୍ଯ୍ୟନ୍ତ ଚାଲିଥାଏ  । ଏବେଠୁ କାଳୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।  କେବଳ ପୂଜା ନୁହେଁ , କାଳୀପୂଜା ଅବସରରେ ଏଠାରେ ଏକ ବିଶାଳ ମେଳା ମଧ୍ୟ ଆୟୋଜିତ ହୋଇଥାଏ  । ଯାହା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ ।

ମନ୍ଦିର କମିଟି ସଦସ୍ୟଙ୍କ କହିବା ମୂତାବକ ଏହି ମନ୍ଦିର କେବେ ପ୍ରତିଷ୍ଠା ହୋଇଛି , ତାହା କେହି କହିପାରିବେ ନାହିଁ  । ତାଙ୍କ ପୂର୍ବପୁରୁଷଙ୍କ କହିବା ଅନୁଯାୟୀ ପୂର୍ବରୁ ଲୋକମାନେ ଏଠାରେ ମା କାଳୀଙ୍କ ପ୍ରତିମା ପାଇଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଧୀରେ ଧୀରେ ଏଠାରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ବିଶ୍ବାସ ରହିଛି ଏଠାକୁ ଯେକେହି ମାନସିକ ଧରି ଆସିଛନ୍ତି  , କେହି କେବେ ଖାଲି ହାତରେ ଫରିନାହିଁ । ପ୍ରକୃତ ହୃଦୟ ସହକାରେ ଯିଏ  ମା କାଳୀଙ୍କୁ ପ୍ରାର୍ଥନା କରେ, ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ। ଦୀପାବଳୀ ସମୟରେ ମାଆଙ୍କୁ ଦର୍ଶନ କରିବା ଲାଗି କାହିଁ କେଉଁ ଦୂରରେ ଭକ୍ତଙ୍କ ସୁଅ ଛୁଟେ  ।

Leave A Reply

Your email address will not be published.