Latest Odisha News

BREAKING NEWS

କୁକୁରଙ୍କ ଶବରେ ବସିଯାଇଛି ପରସ୍ତେ ଚଟାଣ; ଖାଇବାକୁ ନ ଦେଇ ଭୋକରେ ମାରିଛି ୧୦୦୦ କୁକୁର, ଅଭିଯୁକ୍ତକୁ ବାନ୍ଦିଲା ପୁଲିସ

ସିଓଲ: ପଶୁ ପାଲଟିଗଲା ମଣିଷ। ଭୋକ ଓପାସରେ ରଖି ମାରିଦେଲା ନେଇଗଲା ହାଜାରେ କୁକୁରଙ୍କ ଜୀବନ। ଏଭଳି ଅଶ୍ଚର୍ଯ୍ୟକର ଘଟଣା ଘଟିଛି ଦକ୍ଷିଣ କୋରିଆର ଗ୍ୟୋଙ୍ଗୀ ରାଜ୍ୟର ୟାଙ୍ଗପ୍ୟୋଙ୍ଗ ଠାରେ। ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି।

ଦକ୍ଷିଣ କୋରିଆରେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ପ୍ରକାଶିତ ଖବର ଅନୁସାରେ, ଅପ୍ରାକୃତିକ ଉପାୟରେ କୁକର ଛୁଆ ଜନ୍ମ କରାଉ ଡ୍ରଗ ବ୍ରିଡରମାନେ ପ୍ରଜନନ କ୍ଷମତା ହରାଇଥିବା କିମ୍ବା ବ୍ୟବସାୟିକ ଦୃଷ୍ଟିର ମୂଲ୍ୟ ହରାଇଥିବା କୁକରଙ୍କୁ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଦେଉଥିଲେ। ଏହି କୁକୁରମାନଙ୍କର ଯତ୍ନ ନେବାକୁ କୁକୁର ପିଛା ୧୦ ହଜାର ଟଙ୍କା ବି ଦେଉଥିଲେ। ହେଲେ ଯତ୍ନ ନେବା ବଦଳରେ ଅଭିଯୁକ୍ତ କୁକୁରଙ୍କୁ ଅଖା ବୋରା ନହେଲେ ରବର ବକ୍ସରେ ପୂରାଇ ଘରେ ବନ୍ଦୀ କରି ରଖି ଦେଉଥିଲା। ଶେଷରେ ଦିନ ଦିନ ଧରି ଭୋକ ଉପାସରେ ଆଉଟୁ ପାଉଟୁ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିଲେ କୁକୁର। ଏମିତି ପାଖାପାକି ହଜାରେରୁ ଅଧିକ କୁକୁରକୁ ହତ୍ୟା କରିବା ପରେ ଅଭିଯୁକ୍ତ ଧରାପଡ଼ିଛି।

ଖବର ଅନୁସାରେ ଜଣେ ମାଲିକ ହଜିଯାଇଥିବା କୁକୁର ଖୋଜି ବାହାରିଥିବା ବେଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।  ଏହାପରେ ସେ ଯାଇ ବ୍ୟକ୍ତି ବିରୋଧରେ ଥାନାରେ ମାମାଲା ବି ଦେଇଥିଲେ। ଯେଉଁ ଘରେ କୁକୁରମାନେ ଅଖିଆ ଅପିଆ ମରିଯାଉଥିଲେ ସେଇ ଘରେ ଏମିତି ୧୦୦୦ କୁକୁରଙ୍କ ଶବ ପଡ଼ି ଚଟାଣର ଏକ ପରସ୍ତ ତିଆରି ହୋଇଛି।

ପଶୁ ଅଧିକାରୀ କର୍ମୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତି ଗତ ୨୦୨୦ରୁ ଏମିତି ବ୍ରିଡରମାନଙ୍କ ଠାରୁ କୁକୁର ଓ ଟଙ୍କା ଆଣି ସେମାନଙ୍କୁ ଭୋକରେ ରଖି ମାରିଦେଉଥିଲା। ଏବେ ଧରାପଡ଼ିବା ପରେ ୟାଙ୍ଗପ୍ୟୋଙ୍ଗ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତକୁ ଗିରଫ କରିବା ସହ ବନ୍ଦୀ ଗୃହରୁ ୪ଟି ଜୀବନ୍ତ କୁକୁରକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ସେଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସପ୍ତାହକ ଭିତରେ ଶବ ଗୃହରୁ ମୃତ କୁକୁରମାନଙ୍କର ଗଳିତ ଶବ ସଫା କରାଯିବ ବୋଲି ଦକ୍ଷିଣ ୟାଙ୍ଗପ୍ୟୋଙ୍ଗ ସରକାର କହିଛନ୍ତି।

ଦକ୍ଷିଣ କୋରିଆରେ ପଶୁ ସୁରକ୍ଷା ନେଇ କଡ଼ା ଆଇନ ରହିଛି। ପଶୁଙ୍କୁ ଓପାସରେ ରଖି ହତ୍ୟା କଲେ ଅପରାଧିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୩୦ ମିଲିୟନ ଦଣକ୍ଷି କୋରିଆ ମୁଦ୍ରା ଫାଇନ କରିବାର ଦଣ୍ଡବିଧାନ ରହିଛି। ହେଲେ ଏସବୁ ସତ୍ତ୍ୱେ ବି ଦେଶରେ ପଶୁଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.