ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କାରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏସମ୍ପର୍କରେ ସମସ୍ତ ରେଳ କର୍ମଚାରୀ ଏବଂ ଆଉଟସୋର୍ସ ଏଜେନ୍ସିଗୁଡିକୁ କାରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚିତ କରାଯାଇଛି ।
ସୂଚନାଯୋଗ୍ୟ ଯେ ୧୯୮୧ ମସିହାରେ ସ୍ଥାପିତ ହୋଇ ପୂର୍ବତଟ ରେଳର ଏକ ପ୍ରମୁଖ କାରଖାନା ରହିଆସିଥିବା ଏହି ରେଳ ଡବା ମରାମତି କାରଖାନାରୁ ପ୍ରଥମ ରେଳ ୧୯୮୩ ରେ ବାହାରିଥିଲା ।
Comments are closed.