Latest Odisha News

BREAKING NEWS

ସମ୍ବଲପୁରରେ କ୍ୱାରେଣ୍ଟାଇନ୍ ନିୟମାବଳୀ ଉଲ୍ଲଂଘନ ନେଇ ମାମଲା ରୁଜୁ

ସମ୍ବଲପୁର: ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ୧୪ ଦିନର ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ ପାଇଁ ନିର୍ଦ୍ଦେଶାବଳୀ ରହିଛି । ତେବେ ଅନେକ ସ୍ଥାନରେ ବିଦେଶ ଫେରନ୍ତା ବ୍ୟକ୍ତି କ୍ୱାରେଣ୍ଟାଇନ ପାଇଁ ସରକାରୀ ନିୟମାବଳୀ ମାନୁ ନ ଥିବା ଦେଖାଯାଇଛି । ଏହି କ୍ରମରେ ଆଜି ସମ୍ବଲପୁରର ଧନୁପାଲ୍ଲୀ ଅଂଚଳରେ ଜଣେ ଉଜବେକିସ୍ତାନ ଫେରନ୍ତା ବ୍ୟକ୍ତିଙ୍କ ନାମରେ ଜାଣିଶୁଣି କ୍ୱାରେଣ୍ଟାଇନ ନିୟମାବଳୀ ଉଲ୍ଲଂଘନ ପାଇଁ ମାମଲା ରୁଜୁ ହୋଇଛି ।

ଭାରତୀୟ ପିଙ୍ଗଳ କୋଡ (ଆଇପିସି)ର ଧାରା ୧୮୮/୨୭୧ ଅନୁଯାୟୀ ଧନୁପାଲୀ ପୋଲିସ ଥାନାରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଓ କଟକର ପୁରୀଘାଟ ଥାନା ଅଂଚଳରେ କ୍ୱାରେଣ୍ଟାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଦୁଇଟି ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.