Latest Odisha News

BREAKING NEWS

ମୁହଁରେ ଲାଗିଛି ଅକ୍ସିଜେନ, ମୁଁ ଆସିଛି କାଳିଆ ତ ଦର୍ଶନ ପାଇଁ…

ପୁରୀ: କାଳିଆର ମହିମା ଅନେକ। ତା ଲୀଳାକୁ ଆକଳନ କରିବା ଅସମ୍ଭବ..। ଯେଉଁଠି ମଣିଷ ବାଟବଣା ହୁଏ, ଏକୁଟିଆ ହୋଇଯାଏ ସେଇଠୁ ଏକା ଭରସା କାଳିଆ ସାଆନ୍ତ। ରଥଯାତ୍ରା ଚାଲିଛି। ଲକ୍ଷ ଲକ୍ଷ ଲୋକ କାହିଁ କେତେ ଦୂରରୁ ଆସି ଦାରୁଦିଅଁଙ୍କ ଦର୍ଶନ କରୁଛନ୍ତି। ଏହାରି ଭିତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଲିଛି ଯାହା ସମସ୍ତଙ୍କୁ ହତବାକ କରିଛି। ଆଉ ପ୍ରମାଣ ମଧ୍ୟ କରିଛି କାଳିଆ ଚାହିଁଲେ ସବୁ ସମ୍ଭବ।

ଶରଧାବାଲିରେ ମହାପ୍ରଭୁ ରହିଛନ୍ତି। ଆସନ୍ତାକାଲି ବାହୁଡାଯାତ୍ରା। ଏହାପୂର୍ବରୁ ଆଡପ ଦର୍ଶନ ପାଇଁ ଜଣେ ବ୍ୟକ୍ତି ଆସିଛନ୍ତି। ଯାହାଙ୍କ ବୃଦ୍ଧା ମା’ଙ୍କୁ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି। ନିଜ କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରି ମାକୁ ଚଲାଇ ଚଲାଇ କାଳିଆ ପାଖକୁ ନେଇ ଯାଉଥିବା ଦେଖିବାକୁ ମିଳିଛି। ନିଜ କାନ୍ଧରେ ଅକ୍ସିଜେନ୍ ସିଲିଣ୍ଡର ଧରି ମା’ଙ୍କୁ ଭାଇ-ଭଉଣୀଙ୍କ ଦର୍ଶନ କରାଇଛନ୍ତି।

ଅନେକ ସମୟରେ ବୃଦ୍ଧାବସ୍ଥାରେ ନିଜର ବାପା-ମାକୁ ଆଜିକାଲି ପୁଅ-ଝିଅ ଅବହେଳା କରି ବୃଦ୍ଧାଶ୍ରମରେ ଛାଡି ଦେଉଥିବାର ନଜିର ରହିଛି। ଏହି ସମୟରେ କିନ୍ତୁ ରୋଗୀଣା ମାକୁ କାଳିଆ ଦର୍ଶନ କରାଇଛି ପୁଅ। ଏହା ସମାଜର ସେହି ଲୋକଙ୍କ ପାଇଁ ଏକ ବାର୍ତ୍ତା ଯେଉଁମାନେ ବାପା-ମାଙ୍କୁ ଅବହେଳା କରୁଛନ୍ତି।

ଏଭଳି ଆଉ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ବାହୁଡ଼ା ଯାତ୍ରାର ଗୋଟିଏ ଦିନ ପୂର୍ବରୁ। ଗୁଣ୍ଡିଚା ମନ୍ଦିରରେ ଭାଇଭଉଣୀ ଦେବାଦେବୀଙ୍କ ଦର୍ଶନ ପାଇଁ ବୃଦ୍ଧା ମା’ଙ୍କୁ ଚାଲିବାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଜଣେ ପୁଲିସ କର୍ମଚାରୀ ମା-ପୁଅଙ୍କୁ କାଳିଆ ଠାକୁରର ଝଲକ ପାଇବା ପାଇଁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ବୃଦ୍ଧା ଜଣଙ୍କ ଚତୁର୍ଦ୍ଧାମୂରଙ୍କ ଦର୍ଶନ କରି ଭାବବିହ୍ବଳ ହୋଇଯାଇଥିବା ଦେଖିବାକୁ ମିଳିଛି।

ବାହୁଡା ଯାତ୍ରା ପୂର୍ବରୁ ଭାଇଭଉଣୀଙ୍କ ଆଡପ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେବଦେବୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନେ ବ୍ୟାରିକେଡ୍ ଦେଇ ଆସିବାକୁ ପୁରୀ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.