Latest Odisha News

BREAKING NEWS

ଦୁଇଟି ଗୋରୁ ବୋଝେଇ ପିକଅପ୍ ଗାଡି ସହ କାର ଜବତ, ୫ ଗୋରୁ ମାଫିଆ ଅଟକ

ଢେଙ୍କାନାଳ: ଦିନକୁ ଦିନ ବଢିଚାଲିଛି ବେଆଇନ ଭାବରେ ଗୋଚାଲାଣ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଗୋଦରବିଲି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ପିକଅପ୍ ଓ ଗୋଟିଏ କାର ଜବତ କରିଛି ତୁମୁସିଙ୍ଗା ପୋଲିସ। ଏଥିସହିତ ୫ ଜଣ ଗୋରୁ ମାଫିଆକୁ ଅଟକ ରଖିଛି।

ସୂଚନା ଅନୁସାରେ ଗୋରୁ ମାଫିଆମାନେ ଦୁଇଟି ପିକଅପ୍ ଗାଡ଼ିରେ କାମାକ୍ଷାନଗରରୁ କଟକ ଅଞ୍ଚଳକୁ ବେଆଇନ ଗୋଚାଲାଣ କରୁଥିବା ବେଳେ ମାଡି ବସିଥିଲା ପୋଲିସ। ଘଟଣାର ତଦନ୍ତ ହେବା ପରେ ପୋଲିସ ୫ ଗୋରୁ ମାଫିଆଙ୍କୁ ଅଟକ ରଖିଛି। ଦୀର୍ଘଦିନ ହେବ ଗୋଚାଲାଣରେ ସକ୍ରିୟ ଥିଲେ ଏହି ମାଫିଆ ଦଳ। ଯାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ତୁମୁସିଙ୍ଗା ପୋଲିସ।

Leave A Reply

Your email address will not be published.