Latest Odisha News

ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରେ କାର୍ଟୁନ ବହି !

ଭୁବନେଶ୍ୱର: ଛୋଟପିଲାଙ୍କ ମନ ଭାରି ଚଞ୍ଚଳ ହୋଇଥାଏ । କୌଣସି ଏକ ବସ୍ତୁରେ ତାଙ୍କ ମନକୁ ଲଗାଇ ରଖିବା କାଠିକର କଥା ହୋଇଥାଏ ।

ସବୁ ଅଭିଭାବକଙ୍କ ଇଛା ତାଙ୍କ ପିଲା ଛୋଟ ବେଳୁ ହିଁ ଖେଳକୁଦ ସାଙ୍ଗରେ ପାଠପଢାରେ ବି ପାରଙ୍ଗମ ହେଉ । ଏଥିପାଇଁ ପିଲାର ସ୍ମୃତିଶକ୍ତି ପ୍ରଖର ହେବ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ।

ତେବେ କଣ ଆପାଣ ଜାଣନ୍ତି ଛୋଟ ପିଲାଙ୍କ ସ୍ମୃତି ଶକ୍ତି କୁ ପ୍ରଖର କରିଥାଏ କାର୍ଟୁନ ବହିର ଗପ ଅଥବା ଗୀତ ।

ଏନେଇ ଆମେରିକା ଡାଇଟ୍ରିକ୍‌ କଲେଜ ଅଫ୍‌ ହ୍ୟୁମାନଟିଜ୍‌ ଆଣ୍ଡ୍‌ ସାଇନ୍ସ୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

ଏହି ସର୍ଭେରୁ ଜଣାପଡିଛି ଯେ, କାର୍ଟୁନ୍‌ ଚରିତ୍ର ଛୋଟପିଲାଙ୍କ କୋମଳ ମନରେ ଶୀଘ୍ର ବସାବାନ୍ଧିଥାଏ। ଏଥିରେ ଥିବା ନୈତିକ ଶିକ୍ଷା ପରବର୍ତ୍ତୀ ସମୟରେ ଛୋଟ ପିଲାଙ୍କୁ ସତ୍‌ବାଟରେ ପରିଚାଳିତ କରିବାକୁ ସକ୍ଷମ ହୋଇଥାଏ।

ଏହାକୁ ଅଧ୍ୟୟନ ପରେ ପିଲାଙ୍କୁ ପଚରା ଯାଇଥିବା କେତେକ ପ୍ରଶ୍ନରୁ ଜଣାପଡ଼ିଥିଲା ଯେ, ପିଲାଙ୍କ ସ୍ମୃତିଶକ୍ତି ଧୀରେଧୀରେ ବୃଦ୍ଧି ପାଉଥିବା ବେଳେ କାର୍ଟୁନ୍‌ ବହିରୁ ଗପ ଶୁଣୁ ନ ଥିବା ପିଲାଙ୍କ ସ୍ମୃତି ଶକ୍ତି ସାଧାରଣ ରହିଥିଲା।

Comments are closed.