ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଅଡ଼ୁଆ।ନାମାଙ୍କନ ପୂର୍ବରୁ ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବ୍ୟକ୍ତିଗତ କାର୍ଯ୍ୟାଳୟ ପାଇଁ ସେ ସରକାରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।
ତେବେ ଅଭିଯୋଗ ଅନୁଯାୟୀ, ନିର୍ବାଚନ ଘୋଷଣା ପରେ ଗତ ଜାନୁଆରୀ ୭ ରେ ରାତି ପ୍ରାୟ ସାଢ଼େ ୨ଟାରେ ପରେ ଘରୋଇ ନିର୍ବାଚନ କାର୍ଯ୍ୟାଳୟରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅତିଶୀ ପିଡବ୍ଲୁଡିର ସରକାରୀ ଗାଡି ବ୍ୟବହାର କରିଥିଲେ। ଏନେଇ କଲକାଜୀ ବାସିନ୍ଦା ଜଣେ ବ୍ୟକ୍ତି ମଧ୍ୟ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି କଲକଜୀ ପୋଲିସ୍। ଏମିତି କରି ଅତିଶୀ ନିର୍ବାଚନ ଆଚରଣ ବିଧି ଉଲଘଂନ କରିଛନ୍ତି।
ତେବେ କହିରଖୁଛୁ, ଫେବୃଆରୀ ୫ରେ ଦିଲ୍ଲୀରେ ସମ୍ମାନର ଲଢେଇ ଲଢିବ ଆପ୍ । ଆପ୍ ଦାମନରେ ଲାଗିଥିବା ଦାଗକୁ ଲିଭାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ । ଏଥିପାଇଁ ଆପ୍ ତା’ର ଜିଜାନ୍ ଲଗାଇଛି, ପୁଣଇ ଥରେ ଦିଲ୍ଲୀ ଗାଦି ହାତେଇବ । ଏଥର ମଧ୍ୟ କାଲକାଜୀରୁ ବିଧାୟକ ଆତିଶୀଙ୍କୁ ପୁଣି ଟିକେଟ ଦେଇଛି ଆପ୍ । ତେବେ ତାଙ୍କ ବିରୋଧରେ ଏବେ ମାମଲା ରୁଜ୍ଜୁ ହେବା ଆତିଶୀଙ୍କ ଅଡୁଆ ବଢାଇଛି ।