Latest Odisha News

BREAKING NEWS

ଜୋତା ବାଣ୍ଟିବା ପଡିଲା ମହଙ୍ଗା, ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପରବେଶ ସାହିବ ସିଂହ ବର୍ମାଙ୍କ ବଢ଼ି ପାରେ ସମସ୍ୟା। ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ପରବେଶ ବର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ବିଜେପି ପ୍ରାର୍ଥୀଙ୍କ ଉପରେ ଜନସାଧାରଣଙ୍କ ମଧ୍ୟରେ ଜୋତା ବାଣ୍ଟିବାର ଅଭିଯୋଗ ଆସିଛି, ଯାହା ଆଚରଣ ବିଧିର ନିୟମ ବିରୁଦ୍ଧ। ନିର୍ବାଚନ କମିଶନ ଦିଲ୍ଲୀ ପୋଲିସକୁ ଏଫଆଇଆର ପଞ୍ଜିକରଣ ପାଇଁ ଚିଠି ଲେଖିଛନ୍ତି।

ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟରଙ୍କୁ ଜୋତା ବାଣ୍ଟିବାର ଏକ ଭିଡିଓ ପ୍ରସାରିତ ହେବା ପରେ ଏହି ମାମଲା ରୁଜୁ ହୋଇଛି। ମହିଳାଙ୍କୁ ଜୋତା ବାଣ୍ଟିବାର ଭିଡିଓ ସମ୍ପର୍କରେ ଜାଣିବା ପରେ ମାମଲା ରୁଜୁ ଲାଗି ଷ୍ଟେସନ ହାଉସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର। ସୂଚନା ଅନୁସାରେ ହାଇପ୍ରୋଫାଇଲ ନେତା ପରବେଶଙ୍କୁ ଟକ୍କର ଦେଉଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କଂଗ୍ରେସର ସନ୍ଦୀପ ଦୀକ୍ଷିତ।

ଜନପ୍ରତିନିଧି ଆଇନ ଧାରା ୧୨୩ ଅନୁସାରେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରାର୍ଥୀ କିମ୍ବା ଏଜେଣ୍ଟ କୌଣସି ମାଗଣା ଉପହାର ଦେବା ବା ପ୍ରତିଶ୍ରୁତି ଦେବାକୁ ଦୁର୍ନୀତି ବିବେଚନା କରାଯାଏ। ସପ୍ତାହକ ମଧ୍ଯରେ ପରବେଶଙ୍କ ବିରୋଧରେ ଏହା ହେଉଛି ଦ୍ବିତୀୟ ମାମଲା। ମହିଳା ଭୋଟରଙ୍କୁ ୧୧ ଶହ ଲେଖାଁଏ ଟଙ୍କା ବାଣ୍ଟିବା ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ହର୍ ଘର୍ ନୌକରି ଯୋଜନାକୁ ପ୍ରମୋଟ କରୁଥିବା ଦର୍ଶାଇ ପରବେଶଙ୍କ ବିରୋଧରେ ଗତ ୮ ତାରିଖରେ ଅଭିଯୋଗ କରିଥିଲା ଆପ୍ । ତେବେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ଯାନ କରିଥିଲେ ନିର୍ବାଚନ ଅଧିକାରୀ। ଏହି ମାମଲାରେ ପରବେଶଙ୍କୁ କ୍ଲିନ ଚିଟ୍ ମିଳିବା ପରେ କ୍ଷୁବ୍ଧ ହୋଇଥିଲେ କେଜ୍ରିୱାଲ।

Leave A Reply

Your email address will not be published.