Latest Odisha News

BREAKING NEWS

ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ। ଏକ ସାକ୍ଷାତକାର ସମୟରେ ‌ସେ (ବିଜେପି)ର ସଦସ୍ୟଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଞ୍ଜୟ ରାଉତ।

ସଞ୍ଜୟ ରାଉତ ଏହି ଖବରକୁ ଖଣ୍ଡନ କରିବା ସହ କହିଛନ୍ତି ଯେ ଏହା ମୋର ଦଳକୁ ବଦନାମ କରିବା ପାଇଁ  କରାଯାଇଛି।

ରାଉତ କହିଛନ୍ତି ‌ଯେ, “ଦିଲ୍ଲୀରେ ମୋ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି। ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ପଞ୍ଜିକୃତ କରିବା କରିବା ଠିକ୍ ନୁହେଁ।”

Comments are closed.