ବ୍ରହ୍ମପୁର: ପୋଲିସ କନଷ୍ଟେବଳ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ଦୁଇ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତି କରି ଦୁଇ ଯୁବକଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ମାମଲା ରୁଜୁ ହୋଇଥିବା ଏହି ଦୁଇ ଯୁବକଙ୍କ ମଧ୍ୟରେ ଖବର ପ୍ରସାରଣ କରିଥିବା ଛତ୍ରପୁରର ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ରହିଛନ୍ତି। ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ସୂଚନାପ୍ରକାରେ, ଓଡ଼ିଶା ପୋଲିସର କନଷ୍ଟେବଳ ପଦ ପାଇଁ ବ୍ରହ୍ମପୁର ୫ଟି ପରୀକ୍ଷା କେନ୍ଦ୍ରରେ ଲିଖିତ ପରୀକ୍ଷା ରବିବାର ହୋଇଥିଲା। ଏହି ୫ଟି କେନ୍ଦ୍ର ମଧ୍ୟରେ ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟ ମଧ୍ୟ ଏକ ପରୀକ୍ଷା କେନ୍ଦ୍ର ଥିଲା। ସକାଳ ୧୦ରୁ ୧୨ ଟା ଯାଏଁ ପରୀକ୍ଷା ହୋଇଥିଲା। ଏହି କେନ୍ଦ୍ରରେ ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ବ୍ରହ୍ମପୁରର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା। ଯାହା ଚଳିତ ପରୀକ୍ଷାର ପ୍ରଶ୍ନପତ୍ର ବୋଲି କୁହାଯାଇଥିଲା। ସେହିପରି ଏକ ବୈଦ୍ୟୁତିକ ଗଣମାଧ୍ୟମ ଏହାକୁ ଖବର ଭାବେ ପ୍ରସାରିତ ମଧ୍ୟ କରି ଦେଇଥିଲେ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟରତ ଥିବା ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ମୋବାଇଲକୁ ମଧ୍ୟ ଏହି ନକଲି ପ୍ରଶ୍ନପତ୍ର ଓ ପ୍ରସାରିତ ଖବର ପହଞ୍ଚିଥିଲା। ଏପଟେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ଶୁଣି କେନ୍ଦ୍ରରେ ଦେଉଥିବା ଶତାଧିକ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ଏସଆଇ ନିଜେ ଯାଞ୍ଚ କରିବା ସହ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ସଂପୃକ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯୋଗାଯୋଗ କରାଯାଇଥିଲା। ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗୁଡା ଅଞ୍ଚଳର ଜଣେ ଯୁବକ ତାଙ୍କୁ ଏହି ପ୍ରଶ୍ନପତ୍ର ଦେଇଥିବା ଗଣମାଧ୍ୟମ ପ୍ରତିନିଧି ଜଣଙ୍କ ପୋଲିସକୁ କହିଥିଲେ। ସେହିକ୍ରମରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଯୋଗାଯୋଗ କରିଥିଲା। ଯାଞ୍ଚ ବେଳେ ସଂପୃକ୍ତ ଯୁବକ ଜଣଙ୍କ ପୁରୁଣା ପ୍ରଶ୍ନପତ୍ର ସଂଗ୍ରହ କରି ତାକୁ ଏଡିଟ କରିବା ପରେ ଚଳିତବର୍ଷର ପ୍ରଶ୍ନପତ୍ର ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାକୁ ଆଜିର ପ୍ରଶ୍ନପତ୍ର ବୋଲି ଭାବି ଗଣମାଧ୍ୟମ ପ୍ରତିନିଧି ଜଣଙ୍କ ଖବର ପ୍ରସାରିତ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ତେବେ ନକଲି ପ୍ରଶ୍ନପତ୍ର ଭାଇରାଲ ଓ ଗଣମାଧ୍ୟମରେ ଖବର ପ୍ରସାରଣ ଯୋଗୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେହି କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜାଇଥିଲା। ଏହି ନକଲି ପ୍ରଶ୍ନପତ୍ର ଓ ଖବର ଜନସାଧାଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ତେଣୁ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଏସଆଇ ରାଜକିଶୋର ପାତ୍ର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
BREAKING NEWS
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
- Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍ୱର୍କ…୧୨୩୭ ଗାଁରେ ମୋବାଇଲ୍ ସେବା ଠପ୍
- ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ
- ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ;ବାଇକ- ଟ୍ରକ ଧକ୍କାରେ ଗଲା ୫ଜୀବନ
- ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ
- ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
- Cyber Fraud: ଦୁଇ ବର୍ଷରେ ସାଇବର ଠକ ଲୁଟିଛନ୍ତି ୭୧୧ କୋଟି; ରିକଭରି ମାତ୍ର ୭ କୋଟି
Comments are closed.