Latest Odisha News

BREAKING NEWS

ପୁରସ୍କୃତ ହେଲେ ୭ ଉଦୀୟମାନ ଟେନିସ ଖେଳାଳି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏବଂ ଓଡିଶା ହକି ପ୍ରମୋଶନ କାଉନ୍ସିଲ ପକ୍ଷରୁ ୭ ଉଦୀୟମାନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିମାନଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଜୁନିୟର ଖେଳାଳି ଦେବାଶୀଷ ସାହୁ ଓ ସୋହିନୀ ସଂଜୟ ମହାନ୍ତିଙ୍କୁ ୪୦,୦୦୦ ଟଙ୍କା ଏବଂ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ଓ ଆହାନଙ୍କୁ ୩୦୦୦୦ ଲେଖାଁଏ ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ସିନିୟର ଖେଳାଳି ଶିଳ୍ପୀ ସ୍ୱରୂପ ଦାସ, ଅଂଶୁ ଭୂୟାଁ ଓ କବୀର ହନ୍ସଙ୍କୁ ୬୦,୦୦୦ ଲେଖାଁଏ ଆର୍ଥୀକ ସହାୟତା ପ୍ରଦାନ କରାଯାଇଥିଲା । ଉପସ୍ଥିତ ସମ୍ମାନିତୀ ଅତିଥିମାନଙ୍କୁ ଖେଳାଳିମାନଙ୍କୁ ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.