Latest Odisha News

ରାଜ୍ୟ ଖଣି ରାଜସ୍ୱକୁ JSWର ସର୍ବାଧିକ ଯୋଗଦାନ: କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫% 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ JSW ପୁଣି ସର୍ବାଧିକ ଯୋଗଦାନକାରୀ  ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ JSW ଖଣି ରାଜସ୍ୱ ବାବଦକୁ ୧୮,୨୮୪ କୋଟି ଟଙ୍କା ଦେଇଛି । ୨୦୨୧-୨୨ ବର୍ଷରେ କେବଳ ବିଡ୍ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧,୬୮୬ କୋଟି ଟଙ୍କାର ରିଟର୍ନ ଦେଇଛି।

ଗତ ବର୍ଷରେ JSWର ମୋଟ ଖଣିଜ ରାଜସ୍ୱ ୩,୬୫୦ କୋଟି ଟଙ୍କା ଥିଲାବେଳେ ୨୦୨୧-୨୨ରେ ଏଥିରେ ଆଖିଦୃଶିଆ ବୃଦ୍ଧି ଘଟିଛି ।  JSW ଷ୍ଟିଲ୍ ନିଲାମ ନେଇଥିବା କ୍ୟାପ୍ଟିଭ୍ ଖଣିରୁ ପ୍ରିମିୟମ ଏବଂ ଅନ୍ୟାନ୍ୟ ବକେୟା ବାବଦ ରାଜସ୍ୱ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣିଜ ରାଜସ୍ୱର ୫୨.୫ ପ୍ରତିଶତ ବା ୨୪,୧୭୧ କୋଟି । ୨୦୨୧-୨୨ର ୪ର୍ଥ କ୍ୱାର୍ଟର ରାଜସ୍ୱ ଡାଟା ଅନୁସାରେ, JSW ଏହାର କ୍ୟାପ୍ଟିଭ୍ ଖଣିରୁ ସମସ୍ତ ବକେୟା ପ୍ରଦାନ ସହ ରାଜକୋଷକୁ ୩,୫୧୭ କୋଟି ଟଙ୍କାର ଅବଦାନ ଦେଇଛି ।

ମାର୍ଚ୍ଚ ମାସରେ ରାଜ୍ୟ ଖଣି ରାଜକୋଷରେ JSWର ଯୋଗଦାନ ୧,୯୦୦ କୋଟି ପାର୍ କରିଥିଲା । ନିକଟରେ ଆଗତ ହୋଇଥିବା ଅନ୍ତରୀଣ ବଜେଟ୍ ଅନୁସାରେ, ଖଣି ରାଜସ୍ୱ ରାଜ୍ୟର ନିଜସ୍ୱ ମୋଟ ଅଣ-ଟିକସ ରାଜସ୍ୱର ୯୦ ପ୍ରତିଶତ ।

କରୋନା ମହାମାରୀ ଯୋଗୁ ସମସ୍ତ ଯୋଗାଣ ଶୃଙ୍ଖଳା ବ୍ୟାହତ ହୋଇଥିବ।ବେଳେ JSW ଏହାର ଖଣି କାର୍ଯ୍ୟ ଆରମ୍ଭ କରିଥିଲା ।  କ୍ରମେ ଏହାର ଉତ୍ପାଦନ ବୃଦ୍ଧି ଜାରି ରଖି ଗୋଟିଏ ଦିନରେ ୧ ଲକ୍ଷ ଟନ୍  ଲୁହାପଥର ପରିବହନ ତଥା ପ୍ରେରଣ କରିବାର ମାଇଲଖୁଣ୍ଟ ହାସଲ  କରଛି । ରାଜ୍ୟ ସରକାର ଚଳିତ ବର୍ଷ ଖଣିକ୍ଷେତ୍ରରୁ ୪୮,୦୦୦ କୋଟି ରାଜସ୍ୱ  ଆଦାୟ କରିଛନ୍ତି, ଯେଉଁଥିରେ କୋଇଲା ଖଣିର ପ୍ରାୟ ୯୭୧ କୋଟି
ଅନ୍ତର୍ଭୂକ୍ତ ।

୨୦୨୦-୨୧ରେ ଓଡ଼ିଶା ଖଣି କ୍ଷେତ୍ରରୁ ୧୩,୮୦୦ କୋଟି  ଆଦାୟ କରିଥିବାବେଳେ ଏଥିରେ ବଡ଼ ଧରଣର ବୃଦ୍ଧି ଘଟିଛି । ଚଳିତ
ଆର୍ଥିକ ବର୍ଷରେ ୪୬,୦୦୦ କୋଟିର ଖଣି ରାଜସ୍ୱ ଆକଳନ କରାଯାଇଛି ।  ଏଥିରେ JSW ଗ୍ରୁପ୍ କମ୍ପାନୀର ମୋଟ ଯୋଗଦାନ ୧୨,୬୮୩
କୋଟି, ଯାହା କି ରାଜ୍ୟ ଖଣିଜ ରାଜସ୍ୱର ୨୬ ପ୍ରତିଶତ।  ଚଳିତ ଆର୍ଥିକ ବର୍ଷ ପାଇଁ କମ୍ପାନୀ ୨୮ ମେଟ୍ରିକ୍ ଟନ୍ ଉତ୍ପାଦନ  ଟାର୍ଗେଟ ରଖି ଆଗକୁ ବଢ଼ିବ ।

Leave A Reply

Your email address will not be published.