Latest Odisha News

ଲକରରେ ଥିବା ଲକ୍ଷଲକ୍ଷ ଟଙ୍କା ଖାଇଗଲା ଉଈ, ଚିନ୍ତାରେ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ: ନୋଏଡାର ଏକ ବ୍ୟାଙ୍କର ଲକରରେ ରଖାଯାଇଥିବା ୫ ଲକ୍ଷ ଟଙ୍କାକୁ ଉଈ ଖାଇ ଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପ୍ରାୟ ୩ ମାସ ପରେ ଯେତେବେଳେ ଗ୍ରାହକ ଜଣକ ଲକର ଖୋଲିଥିଲେ ଭିତର ଚିତ୍ର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ। ଏପରିକି ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉ ବୋଲି ସେ ଦାବି କରିଥିଲେ।

ଅପରପକ୍ଷେ ବ୍ୟାଙ୍କ ଅଧିକାରୀ ଗ୍ରାହକଙ୍କୁ କହିଥିଲେ ଯେ ଟଙ୍କା ଲକରରେ ରଖିବା ଉଚିତ୍ ନୁହେଁ । ଟଙ୍କା ରଖିବା ପାଇଁ ଆକାଉଣ୍ଟ ରହିଛି। ହେଲେ ଏଥିରେ ଅସନ୍ତୋଷ ପ୍ରକାଶ କରି ଗ୍ରାହକ ଜଣକ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ତେବେ ଘଟଣା ନୋଏଡା ସେକ୍ଟର – ୫୧ରେ ଅବସ୍ଥିତ ସିଟିଜେନ କୋଅପରେଟିଭ ବ୍ୟାଙ୍କର। ଏଠାରେ ଜଣେ ଗ୍ରାହକ ତାଙ୍କ ଲକରରେ ୫ ଲକ୍ଷ ଟଙ୍କା ଏବଂ ଅଳଙ୍କାର ରଖିଥିଲେ। ୩ ମାସ ପରେ ଯେତେବେଳେ ସେ ଲକର ଯାଞ୍ଚ କରିବାକୁ ଯାଇଥିଲେ, ନୋଟ୍ ଗୁଡ଼ିକୁ ଉଈ ଖାଇଥିବା ଦେଖିବାକୁ ପାଇଥିଲେ।

Leave A Reply

Your email address will not be published.